Latest Odisha News

କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ, କହିଲେ ‘ନ୍ୟାୟ ନ ମିଳିଲେ ରାସ୍ତାକୁ ଓହ୍ଲାଇବି’

ଜଗତସିଂହପୁର: ଥାନା ପରେ କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଏତଲା ଦେଇଥିଲେ । ସୋମାଲିକାଙ୍କ ଏତଲା ଅନୁସାରେ ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିବା ବେଳେ ଆଜି କୋର୍ଟରେ ବୟାନ ରେକର୍ଡ କରାଯାଇଛି ।

ଜଗତସିଂହପୁର କୋର୍ଟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେରେ ଧାରା ୧୬୪ ଅନୁସାରେ ବୟାନ ରେକର୍ଡ ହୋଇଛି । କୋର୍ଟରୁ ବାହାରିବା ପରେ ସୋମାଲିକା ଗଣମାଧ୍ୟମକୁ କହିଛନ୍ତି ନ୍ୟାୟ ମିଳିବ ବୋଲି ଆଶା ଅଛି । ନ୍ୟାୟ ନ ମିଳିଲେ, ରାଜରାସ୍ତାକୁ ଓହ୍ଲାଇବି ।

ଲାଗିଥିବା ଧାରା ଅନୁସାରେ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ଏବଂ ନ୍ୟାୟିକ ବ୍ୟବସ୍ଥାକୁ ସୁପରିଚାଳନା କରିବାକୁ ସୋମାଲିକାଙ୍କ ସମର୍ଥକ ତଥା ସମାଜସେବୀ ସ୍ନିଗ୍ଧା ବିଶ୍ୱାଳ ଦାବି କରିଛନ୍ତି । ସାନି ଏତଲା ଆଧାରରେ ପୂର୍ବରୁ ଜଗତସିଂହପୁର ଥାନାରେ ଧାରା ୧୬୧ ଅନୁସାରେ ବୟାନ ରେକର୍ଡ କରିଥିଲା ପୋଲିସ । ପରେ ଡାକ୍ତରୀ ମାଇନା କରାଯାଇଥିଲା ।

Leave A Reply

Your email address will not be published.