Latest Odisha News

BREAKING NEWS

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ ଦେହର 50 ପ୍ରତିଶତ ମଧ୍ୟ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।

ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ ।   ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।  ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ ମାଡ଼ କରିବା ପରେ ଲୁଟପାଟ କରି ଖସି ଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.