Latest Odisha News

BREAKING NEWS

କୋଭିଶିଲ୍ଡ ଟିକାକୁ ମିଳିଲା ଫ୍ରାନ୍ସର ସ୍ୱୀକୃତି

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଦ୍ବାରା ବିକଶିତ କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ସ୍ୱୀକୃତି ଦେଇଛି। ଫ୍ରାନ୍ସରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପ୍ରବେଶକୁ ରବିବାରଠାରୁ ଅନୁମତି ଦିଆଯାଇଥିବା ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥି ସହିତ ଡେଲଟା ଭାରିଆଣ୍ଟର ବିସ୍ତାରକୁ ନିୟନ୍ତ୍ରଣ କରିବା ଏବଂ ଡାକ୍ତରଖାନାର ସୁରକ୍ଷା ପାଇଁ ଫ୍ରାନ୍ସ ସୀମା ଯାଞ୍ଚକୁ କଡାକଡି କରୁଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନେକ ଇୟୁ ଦେଶ ଭାରତରେ ବିକଶିତ ଏହି ଟିକାକୁ ସ୍ବୀକୃତି ଦେଇସାରିଛନ୍ତି।

Comments are closed.