Latest Odisha News

BREAKING NEWS

କଟକଣାକୁ ବେଖାତିର, ପ୍ରସାଦ ବିକ୍ରି ସ୍ଥାନରେ ଚଢ଼ାଉ

ଗୁଣୁପୁର: କରୋନା କଟକଣାକୁ ବେଖାତିର । ରାୟଗଡା ଜିଲ୍ଲା ଗୁଣୁପୁରରେ କିଛି ପୂଜକଙ୍କ ସହ ବ୍ୟକ୍ତି ଖୋଲମଖୁଲା ପ୍ରସାଦ ବିକ୍ରି କରୁଥିବା ଖବର ପାଇବା ପରେ ଗୁଣୁପୁର ଉପଜିଲ୍ଲାପାଳ ଯେ ସୋନାଲ ଆଜି ଅଚାନକ ରଥଯାତ୍ରା ପଡିଆରେ ଚଢ଼ାଉ କରିଛନ୍ତି । ପ୍ରସାଦ ବିକ୍ରି କରୁଥିବା ପୂଜକ ଏବଂ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଜାଗାରେ ଘୋଷ ଯାତ୍ରା କୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିବା ସହ ବ୍ୟାପକ ପୋଲିସ ମୁତୟନ ଥିବା ସତ୍ୱେ କିଭଳି ଖୋଲା ରେ ପ୍ରସାଦ ବିକ୍ରି କରାଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ । ଗଣ ମାଧ୍ୟମର ପ୍ରତିନିଧି ଙ୍କୁ ଖବର କିମ୍ବା ଚିତ୍ରଉତୋଳନ କରିବା ପାଇଁ ମନା କରାଗଲା ସେତିକି ବେଳେ କିଛି ବ୍ୟକ୍ତି କରୋନା କଟକଣା କୁ ଫୁ କରି ନିୟମ କୁ ଅବମାନନା କଲେ ତାରି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.