Latest Odisha News

BREAKING NEWS

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ବସନ୍ତ ମହାରଣା ଓରଫ ବୁଟୁ ଓ ଖୋର୍ଦ୍ଧା ଟାଉନର କୃଷ୍ଣଚନ୍ଦ୍ର ଶ୍ରୀତନ୍ଦନ ଓରଫ ଜଗନ । ବେଆଇନ ବନ୍ଧକ ବିକ୍ରି ନେଇ ଏସଟିଏଫକୁ ବିଶେଷସୂତ୍ରକୁ ଖବର ମିଳିଥିଲା । ଏହାପରେ ଚଢ଼ାଉ କରି ଜଙ୍ଗିଆ ଥାନା ଅନ୍ତର୍ଗତ ସିକୋ ଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପିସ୍ତଲ ଓ ବନ୍ଧୁକ ଜବତ କରିଛି ଏସଟିଏଫ୍ ।
ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ରଖିବା ମାମଲାରେ ୨୦୨୦ରୁ ସ୍ପେଶାଲ୍ ଡ୍ରାଇଭ ଚଳାଇଛି ଏସଟିଏଫ୍ । ବର୍ତ୍ତମାନ ସୁଦ୍ଧା ୪୭ଟି ବନ୍ଧୁକ ଓ ୮୪ ଅଫୁଟା ଗୁଳି ଜବତ କରିଛି । ବହୁ ଅପରାଧୀଙ୍କୁ ବାନ୍ଧିଛି ଏସଟିଏଫ୍ ।

Leave A Reply

Your email address will not be published.