Latest Odisha News

BREAKING NEWS

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି । ଦୌସା ଓ ଡୁଙ୍ଗରପୁର ଜିଲ୍ଲାରେ ୬ଶହରୁ ଅଧିକ ଛୁଆ କରୋନା ସଂକ୍ରମିତ ହେବା ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି ।

ରାଜସ୍ଥାନରେ ଛୁଆଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ତୃତୀୟ ଲହରକୁ କରାଯାଉଥିବା ଆଶଙ୍କା ଭଳି ଛୁଆଁଙ୍କୁ ସଂକ୍ରମିତ କରି କରୋନା ବ୍ୟାପୁଛି । ଏବେ ସୁଦ୍ଧା ଦୌସା ଓ ଡୁଙ୍ଗରପୁର ଜିଲ୍ଲାରେ ୬୦୦ରୁ ଅଧିକ ଛୁଆ ସଂକ୍ରମିତ ହୋଇଛନ୍ତି । ଦୌସା ଜିଲ୍ଲା ସିକରାୟ ଉପଖଣ୍ଡର ଏକ ଗାଁରେ ୯ ଓ ୧୦ ବର୍ଷର ୨ ଜଣ ବାଳିକା କରୋନାରେ ପ୍ରାଣ ହରାଇଛନ୍ତି । ଉଭୟଙ୍କ ପିତା ମଧ୍ୟ କୋଭିଡରେ ପ୍ରାଣ ହରାଇଛନ୍ତି । ପିତାଙ୍କ ମୃତ୍ୟୁ ପରେ ୨ ଛୁଆ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ରାଜସ୍ଥାନ ବିଭାଗ ଆକଳନ ଅନୁସାରେ, ମେ ୧ରୁ ମେ ୨୧ ମଧ୍ୟରେ କେବଳ ଦୌସା ଜିଲ୍ଲାରେ ୧୮ ବର୍ଷରୁ କମ୍ ୩୪୧ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେହିଭଳି ଡୁଙ୍ଗରପୁରରେ ମେ ୧୨ରୁ ମେ ୨୨ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.