ଭୁବନେଶ୍ଵର: ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ବିଦେଶୀଙ୍କୁ ଆକୃଷ୍ଟ କରୁଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଏହା ପୂର୍ବରୁ ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୨-୨୩ରେ ଓଡ଼ିଶା ଆସିଥିଲେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ । ୫ ବର୍ଷରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଲେଣି । ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ରେ ୨୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ସେହିପରି ୨୦୨୨ରେ ୨୨ ହଜାର ୧୭୨, ୨୦୨୩ରେ ୪୫ ହଜାର ୧୭୩, ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ ।
ତେବେ କେବଳ ଜାପାନରୁ ସର୍ବାଧିକ ୪ ହଜାର ୪୨୩ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏହାପରକୁ ରହିଛି ଇଟାଲୀ । ଏଠାରୁ ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏହାପରେ ରହିଛି ଜର୍ମାନୀ । ଗତ ୫ ବର୍ଷ ମଧ୍ୟରେ ଜର୍ମାନୀରୁ ଓଡିଶା ଆସିଛନ୍ତି ୩୭୨୨, ୟୁକେରୁ ୩୭୧୫, ପ୍ରାନ୍ସ ରୁ ୩୦୦୮ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି ବୋଲି ଗୃହରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।