Latest Odisha News

BREAKING NEWS

Summer Preparations: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଶୀତ ଉଭେଇବାରେ ଲାଗିଛି । ଏବେ ପ୍ରାୟ ସବୁ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏଥିରେ ବହୁ ମାତ୍ରାରେ ବୃଦ୍ଧି ପାଇବା ନେଇ ଏବେଠୁ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମକୁ ଦୃ‌ଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ବିଶେଷ କରି ଗ୍ରୀଷ୍ମପ୍ରବାହ ସମୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ତାପମାତ୍ରା ସେଭଳି ବୃଦ୍ଧି ହୋଇନଥିବାରୁ ଆଗାମୀ ଦିନରେ ବିସ୍ତୃତଭାବେ ନିର୍ଦ୍ଦେଶନାମା ଜାରି କରାଯାଇ ଗ୍ରୀଷ୍ମ ମୁକାବିଲା ପଦ‌େକ୍ଷପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ଗ୍ରୀଷ୍ମ ମୁକାବିଲା ନିମନ୍ତେ ଆଗୁଆ ଜିଲ୍ଲା ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ସିଡିଏମଓଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ, ଖୁବଶୀଘ୍ର ବୈଠକ କରାଯାଇ ସବୁ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.