Latest Odisha News

BREAKING NEWS

COVID-19ର ଅର୍ଥ କ’ଣ ? ଭାଇରସର ନାମକରଣ କେମିତି ହୁଏ ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ ପାଲଟିଥିବା କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । କରୋନା କବଳରେ ୧୯୯ଟି ଦେଶ । ତେବେ କେବେ କେହି ଭାବି ନଥିଲେ ଏକ ଭାଇରସ ତାର ଏଭଳି କରାଳ ରୂପ ଦେଖାଇବ । ବିଶ୍ୱବ୍ୟାପୀ ଭୟାବହତା ସୃଷ୍ଟି କରିଥିବା ଏହି ଭାଇରସ ପ୍ରତିଦିନ ଶହ ଶହ ମୁଣ୍ଡ ନେଉଛି ଏବଂ ହଜାର ହଜାର ଲୋକ ଏହାର ଶିକାର ହେଉଛନ୍ତି । ଚୀନର ଉହାନରୁ ବାହାରିଥିବା ଏହି ଭାଇରସର ନାଁ କରୋନା କେମିତି ହେଲା ?

COVID-19ର ଅର୍ଥ ହେଉଛି- ସିଓଭିଆଇ-ଅର୍ଥାତ୍ କରୋନାଭାଇରସ, ଡି ମାନେ ଡିଜିଜ, ୧୯ ମାନେ ବର୍ଷ ୨୦୧୯(ପ୍ରଥମ କରୋନାଭାଇରସର ମାମଲା ୨୦୧୯ରେ ମିଳିଥିଲା) । ତେବେ ୨୦୧୯ ମସିହା ଶେଷ ବେଳକୁ ଚୀନର ହୁବଇ ପ୍ରାନ୍ତର ଉହାନ ସହରରୁ କରୋନା ଭାଇରସର ଉତ୍ପତ୍ତି ହୋଇଥିଲା । ଯାହା ଫଳରେ ଏହାକୁ କୋଭିଡ-୧୯ କୁହାଯାଉଛି ।

ଅଧିକ ପଢ଼ନ୍ତୁ: କରୋନାଭାଇରସକୁ ଚାଇନିଜ ଭାଇରସ କହିବା ଠିକ ନୁହେଁ କାହିଁକି ?

ଇଣ୍ଟରନ୍ୟାସନାଲ କମିଟି ଅଫ ଟେକ୍ସୋନୋମି ଅଫ ଭାଇରସେସ୍ ନାମକ ସଂସ୍ଥା ଭାଇରସର ନାଁ ରଖିବାର କାମ କରେ । ଏ ସଂସ୍ଥା ମୁତାବକ, ଭାଇରସ ନାଁ ଛୋଟ ହେବା ଉଚିତ୍ ଏବଂ କୌଣସି ସ୍ଥାନ, ମଣିଷ ଓ ପଶୁ ସମୁଦାୟକୁ ଆଘାତ ପହଞ୍ଚାଉ ନଥିବ ।

Comments are closed.