ଭୁବନେଶ୍ୱର: କେମିତି ଓ କେଉଁ ସୂତ୍ରରୁ ଆକାଶ ପାଠକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଥିଲା ? ଆକାଶଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଆଇଟି ଓ ଇଡିକୁ ତଦନ୍ତ ପାଇଁ ସୁପାରିଶ କରିଛି ଭିଜିଲାନ୍ସ।
ଆକାଶ ପାଠକଙ୍କ ତିନିଟି ବ୍ଯାଙ୍କ ଆକାଉଣ୍ଟରେ ୧୪କୋଟି ୭୭ଲକ୍ଷ ଟଙ୍କା ଜମା ହୋଇଥିଲା। ଯାହାର ଆୟକର ରିଟର୍ଣ୍ଣ ନାହିଁ। ତେଣୁ ଆକାଶ ଟିକସ ଠକେଇ କରିଥିବା ନେଇ ପ୍ରାରମ୍ଭିକ ଭାବେ ସୂଚନା ମିଳିଛି। ଆୟକର ଆଇନ ୧୯୬୧ ଓ ବେନାମୀ ଟ୍ରାଞ୍ଜାକସନ୍ ପ୍ରୋହିଭିସନ୍ ଆକ୍ଟ ୧୯୮୮ରେ ତଦନ୍ତ ପାଇଁ ଆୟକର ବିଭାଗକୁ କୁହାଯାଇଛି। ମନି ଲଣ୍ଡରିଂ ସନ୍ଦେହ କରାଯାଉଥିବାରୁ ମାମଲା ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୁହାଯାଇଛି।
Comments are closed.