Latest Odisha News

BREAKING NEWS

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ହ୍ରାସ ହୋଇପାରେ: ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛି।

ଏହି ପଦକ୍ଷେପ ଦ୍ବାରା ଲକ୍ଷ ଲକ୍ଷ କରଦାତା ଉପକୃତ ହେବେ । ବିଶେଷକରି ମହଙ୍ଗା ମାଡ ସହୁଥିବା ସହରବାସୀ । ଏପଟେ ଗରିବ ଓ ମଧ୍ୟବର୍ତ୍ତୀ ପରିବାର ଯେଉଁମାନେ ଖାଇବା-ପିଇବା ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ବର୍ତ୍ତମାନ ବାର୍ଷିକ ଆୟ ୩ ଲକ୍ଷରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ୫% ରୁ ୨୦%ମଧ୍ୟରେ ଟ୍ୟାକ୍ସ ଲାଗିଥାଏ ।  ଏହାଠାରୁ ଅଧିକ ଆୟରେ ୩୦% ଟ୍ୟାକ୍ସ ଦେବାକୁ ପଡିଥାଏ ।

ତେବେ ସୂଚନାମୁତାବକ, କେତେ ଟିକସ ହ୍ରାସ କରାଯିବ ସେ ନେଇ ସରକାର ନିଷ୍ପତ୍ତି ନେଇ ନାହାଁନ୍ତି । ଫେବୃଆରୀରେ ବଜେଟର ଉପସ୍ଥାପନା ବେଳେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ । ଏଥି ସହିତ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ମୋଦୀ ସରକାରଙ୍କ ୧୦ବର୍ଷ କାର୍ଯ୍ୟକାଳ ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଟିକସ ବୋଝ ଅର୍ଥାତ୍ ବାର୍ଷିକ ୨୦ ଲକ୍ଷରୁ କମ୍ ରୋଜଗାର କରୁଥିବା ଲୋକମାନଙ୍କ ଉପରେ ଟ୍ୟାକ୍ସ ହ୍ରାସ କରିଛନ୍ତି। ସରକାରୀ ତଥ୍ୟ ହିସାବରେ, ୧୦ ଲକ୍ଷରୁ କମ ଆୟ ଥିବା ଟିକସଦାତାଙ୍କ ଠାରୁ ଆୟକର ସଂଗ୍ରହର ହାର ୨୦୨୪ ରେ ୬.୨୨ ପ୍ରତିଶତ ହ୍ରାସ ପାଇଛି ଯାହା ୨୦୧୪ ରେ ୧୦.୧୭ ପ୍ରତିଶତ ଥିଲା ।

କିଛି ଦିନ ପୂର୍ବରୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ସରକାରଙ୍କଠାରୁ ଟିକସ ଛାଡ ଦାବି କରି ଅର୍ଥମନ୍ତ୍ରୀଙ୍କୁ ଟ୍ବିଟ କରିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉତ୍ତର ଦେଇଥିଲେ ।
ଅର୍ଥମନ୍ତ୍ରୀ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଲୋକଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କ ପରାମର୍ଶକୁ ବି ଗୁରୁତ୍ୱ ଦିଅନ୍ତି। ଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ଆପଣଙ୍କ ମତାମତ ମୂଲ୍ୟବାନ ଅଟେ। ମୁଁ ଆପଣଙ୍କ ଚିନ୍ତାକୁ ବୁଝୁଛି ଏବଂ ଆପଣଙ୍କ କଥାକୁ ସମ୍ମାନ କରୁଛି।”

 

Leave A Reply

Your email address will not be published.