Latest Odisha News

BREAKING NEWS

ଭାରତ ସମାଚାର ଅଫିସ୍‌ ଉପରେ ଚଢଉ ପରେ ବିସ୍ଫୋରକ ତଥ୍ୟର ଖୁଲାସା କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଭାରତ ସମାଚାରର କାର୍ଯ୍ୟାଳୟ ଉପରେ ଚଢଉ କରିବାର କିଛି ଦିନ ପରେ ଆୟକର ବିଭାଗ ବିସ୍ଫୋରକ ତଥ୍ୟ ଖୁଲାସା କରିଛି। ଆୟକର ବିଭାଗ କହିଛି ଯେ ଭାରତ ସମାଚାର ୨୦୦ କୋଟି ଟଙ୍କାର ଅନାବଶ୍ୟକ କାରବାର ହୋଇଛି।

ଜୁଲାଇ ୨୨ରେ ଲକ୍ଷ୍ନୌ ବସ୍ତି, ବାରାଣାସୀ, ଜୌନପୁର ଏବଂ କୋଲକାତାରେ ଅବସ୍ଥିତ କାର୍ଯ୍ୟାଳୟରେ ଖୋଳତାଡ କରିଥିଲା ବିଭାଗ।

ରିପୋର୍ଟ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେବା ସହିତ ୧୬ ଟି ଲକରକୁ ନିୟନ୍ତ୍ରଣରେ ରଖାଯାଇଛି।

୨୦୦ କୋଟିର ଅନାବଶ୍ୟକ କାରବାର ଜବତ କରାଯାଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

Comments are closed.