Latest Odisha News

BREAKING NEWS

ଲର୍ଡସ ଟେଷ୍ଟରେ ଗର୍ଜିଲା ରାହୁଲଙ୍କ ବ୍ୟାଟ୍, ପ୍ରଥମ ଦିନରେ ପିଟିଲେ ସେଞ୍ଚୁରୀ

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ ମୈଦାନରେ ଶତକ ମାରିଲେ ଲୋକେଶ ରାହୁଲ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଛି ରାହୁଲଙ୍କ ବ୍ୟାଟ୍ । ପ୍ରଥମ ଦିନରେ ହିଁ ଶତକ ମାରିଛନ୍ତି । ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ । ଲର୍ଡସରେ ଶତକ ମାରିବାରେ ଲୋକେଶ ରାହୁଲ ହୋଇଛନ୍ତି ଦଶମ ଭାରତୀୟ ବ୍ୟାଟସମ୍ୟାନ୍ ।

BjdElectrycity

ମୋଟ୍ ୨୧୨ ବଲ୍ ଖେଳି ସେଞ୍ଚୁରୀ ପୂରା କରିଥିଲେ ଲୋକେଶ ରାହୁଲ । ଇଂଲଣ୍ଡର ପେସ୍ ବୋଲିଂ ବାହିନୀକୁ ଧୈର୍ୟ୍ୟ ଓ ରକ୍ଷଣାତ୍ମକ ଢଙ୍ଗରେ ସାମନା କରିଥିଲେ । ସେହିପରି ୭ବର୍ଷ ପରେ ଲର୍ଡସରେ କୌଣସି ଭାରତୀୟ କ୍ରିକେଟର ଶତକ ମାରିଛନ୍ତି । ୨୦୧୪ରେ ଆଜିଙ୍କ୍ୟ ରାହାଣେ ଇଂଲଣ୍ଡ ବିପକ୍ଷରେ ସେଞ୍ଚୁରୀ ମାରିଥିଲେ।

ସବୁଠାରୁ ବଡ଼ କଥା ହେଲା ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ବର୍ଷରେ ଶତକ ମାରିଥିବା ପ୍ରଥମ କ୍ରିକେଟର ହୋଇଛନ୍ତି ଲୋକେଶ ରାହୁଲ । ତାଙ୍କଠାରୁ ଦ୍ୱିତୀୟ ଟେଷ୍ଟରେ ବଡ଼ ଇନିଂସ ଆଶା କରାଯାଉଛି । ସେ ୧୨୭ ରନରେ ନଟ୍ ଆଉଟ୍ ଅଛନ୍ତି ।

ଲର୍ଡସରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ରୋହିତ ଶର୍ମା ଓ ଲୋକେଶ ରାହୁଲ ଓପେନିଂ ପାର୍ଟନରସିପରେ ଭଲ ଖେଳିଥିଲେ । ଦୁହେଁ ୧୨୬ ରନ୍ ଯୋଡ଼ିଥିଲେ । ୮୩ରନ୍ କରି ଆଉଟ୍ ହୋଇଥିଲେ ରୋହିତ ଶର୍ମା । ତାଙ୍କ ପରେ ଚେତେଶ୍ୱର ପୂଜାରା(୯ରନ୍) ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ ।

ଏହାପରେ ଲୋକେଶ ରାହୁଲଙ୍କ ସହ ମୋର୍ଚ୍ଚା ସମ୍ଭାଳିଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଦୁହେଁ ତୃତୀୟ ଓ୍ୱିକେଟରେ ୧୧୭ ରନ୍ ପାର୍ଟନରସିପ୍ କରିଥିଲେ । ତେବେ କୋହଲି ୪୨ରନ୍ କରି ଆଉଟ୍ ହୋଇଛନ୍ତି । ରାହୁଲଙ୍କ ସହ ଅପରାଜିତ ଅଛନ୍ତି ଆଜିଙ୍କ୍ୟ ରାହାଣେ । ଭାରତ ପ୍ରଥମ ଦିନରେ ୩ ଓ୍ୱିକେଟ ହରାଇ ୨୭୬ ରନ୍ କରିଛି ।

Leave A Reply

Your email address will not be published.