Latest Odisha News

IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ରାୟପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୧ ତାରିଖ ବୁଧବାର ଦିନ ଖେଳାଯାଇଥିଲା। ନାଗପୁରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ୪୮ ରନ୍ ରେ ଜିତିଥିଲା। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂହ ବିସ୍ଫୋରକ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ୨୩୮ ରନ୍‌ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ।

ଏହା ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୨୦୦ ରନ୍ ତଳେ ସୀମିତ ରଖିଥିଲେ। ଭାରତ ଏବେ ରାୟପୁରରେ ଦ୍ୱିତୀୟ ଟି-୨୦ ଜିତି ୨-୦ରେ ଆଗୁଆ ହେବାକୁ ଚେଷ୍ଟା କରିବ। ଆଜି ଉଭୟ ଟି ଦ୍ବିତୀୟ ଟି-୨୦ରେ ରାୟପୁରରେ ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟାରେ ଏହି ମୁକାବିଲା ହେବ। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଏବଂ ଶେଷ ମ୍ୟାଚ୍ ରେ ତାଙ୍କୁ ବହୁ ଦିନ ପରେ ପୁଣି ଫର୍ମରେ ଦେଖିବାକୁ ମିଳିଥିଲା। ଏହି ସମୟରେ, ମିଚେଲ ସାଣ୍ଟନର ନ୍ୟୁଜିଲାଣ୍ଡ ଟି୨୦ ଦଳର ଅଧିନାୟକତ୍ୱ କରୁଛନ୍ତି।

ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ରେ, ଭାରତ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମାଙ୍କ ଦୃଢ଼ ଅର୍ଦ୍ଧଶତକ ଏବଂ ଶେଷ ଓଭରରେ ରିଙ୍କୁ ସିଂହଙ୍କ ଦ୍ରୁତ ବ୍ୟାଟିଂ ଯୋଗୁଁ ୨୩୮ ରନ କରିଥିଲା। ଜବାବରେ, ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ଗ୍ଲେନ୍ ଫିଲିପ୍ସ ମଧ୍ୟ ଏକ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ, କିନ୍ତୁ ତଥାପି ଭାରତୀୟ ବୋଲରମାନେ କଡ଼ା ବୋଲିଂ କରିଥିଲେ ଏବଂ ନ୍ୟୁଜିଲାଣ୍ଡକୁ ନିର୍ଦ୍ଧାରିତ ଓଭରରେ ସାତ ୱିକେଟ୍ ହରାଇ ମାତ୍ର ୧୯୦ ରନ୍ କରିବାକୁ ଦେଇଥିଲେ, ଯାହା ଫଳରେ ଟିମ୍ ଇଣ୍ଡିଆ ବିଜୟ ସହିତ ସିରିଜ୍ ଆରମ୍ଭ କରିଥିଲା।

Comments are closed.