Latest Odisha News

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି-୨୦ ଟକ୍କର; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ବୁଧବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୩ୟ ମ୍ୟାଚ୍ ଉଭୟ ଦଳ ଲାଗି କର ବା ମର ପରିସ୍ଥିତି ସୃଷ୍ଟି କରିଛି।

ଏହି ମ୍ୟାଚ୍ ହେମିଲଟନର ସେଡାନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଉଭୟ ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଅକଲାଣ୍ଡରେ ଖେଳାଯାଇଥିଲା ।

୨-୦ରେ ଆଗୁଆ ଥିବା ବିରାଟ୍ ବିଗ୍ରେଡ୍ ଆଜି ମଧ୍ୟ ବିପକ୍ଷ ଦଳକୁ ମାତ୍ ଦେଇ ସିରିଜକୁ ହାତେଇବା ପାଇଁ ଜୋରଦାର୍ ପ୍ରୟାସ କରିବେ । ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ୍ ଜିତିବା ଲାଗି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍‌, ମନିଷ ପାଣ୍ଡେ, ଶିବମ୍ ଦୁବେ, ରବୀନ୍ଦ୍ର ଡାଜେଡା, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ସାମୀ, ଯୁଜବେନ୍ଦ୍ର ଚହଲ ଓଯଶପ୍ରିତ ବୁମରାହ ।

Comments are closed.