Latest Odisha News

BREAKING NEWS

ଦ୍ୱିତୀୟ ଦିନିକିଆ: ଗେଲ୍ ଝଡ଼ ରୋକିବାକୁ କେଉଁ ନୀତି ଆପଣେଇଛନ୍ତି ବିରାଟ, ଜାଣନ୍ତୁ…

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ବିନା ଫଳାଫଳରେ ଧୋଇଗଲା ପରେ ଭାରତୀୟ ଦଳ ଆଜି ପୋର୍ଟ ଅଫ ସ୍ପେନରେ ୨ୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଦଳକୁ ଭେଟୁଛି । ମହାନ କ୍ରିକେଟ ଖେଳାଳି କ୍ରିସ୍ ଗେଲ୍ ଆଜି ତାଙ୍କର ୩୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ । ଏହି ମ୍ୟାଚକୁ ଅଧିକ ସ୍ମରଣୀୟ କରିବାକୁ ଆଜି ଗେଲ୍ ତାଙ୍କ ବ୍ୟାଟିଂରେ ଝଡ଼ ସୃଷ୍ଟି କରିବେ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।

ତେବେ ରଣନୀତି ପ୍ରସ୍ତୁତ କରିବାରେ ଧୁରନ୍ଧର କପ୍ତାନ ବିରାଟ କୋହଲୀ କେଉଁ ନୀତି ଗେଲଙ୍କ ଲାଗି ଅବଲମ୍ବନ କରିବେ ତାହାକୁ ନେଇ ଚର୍ଚ୍ଚା ହେଉଛି ।

ବିଶ୍ୱକପରେ ଅବସର ଘୋଷଣା କରିଥିଲେ ମଧ୍ୟ ସମସ୍ତଙ୍କ ଅନୁରୋଧକ୍ରମେ ଗେଲ୍ ଭାରତ ସହିତ ମ୍ୟାଚ୍ ଖେଳି ଅବସର ନେବାକୁ ପସନ୍ଦ କରିଥିଲେ । ତେଣୁ ଆଜିର ମ୍ୟାଚରେ ଏକ ସ୍ମରଣୀୟ ଧୁଆଁଧାର ଇନିଂସ ଖେଳିବାକୁ ଉଦ୍ୟମ କରିବାର ଯୋଜନା କରିଛନ୍ତି ଗେଲ୍ ।

ପୋର୍ଟ ଅଫ ସ୍ପେନର ପିଚ୍ ଯେତିକି ମାତ୍ରାରେ ଫାଷ୍ଟ ବୋଲରଙ୍କୁ ସୁହାଇବ ସେତିକି ମାତ୍ରାରେ ଅଧିକ ସ୍ପିନ ହୋଇ ସ୍ପିନରଙ୍କ ଲାଗି ଉତ୍ତମ ସାବ୍ୟସ୍ତ ହେବ । ଆଜି ଏହି ଷ୍ଟାଡ଼ିୟମରେ ବର୍ଷା ଆଶଙ୍କା ନଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚଟିକୁ ମନଭରି ଖେଳିପାରିବେ ।

ଆଜି ରବିବାର ଦିନ ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହେଉଛି ଏହି ୨ୟ ଦିନିକିଆ ମ୍ୟାଚ୍ । ଭାରତୀୟ ଓପନର୍ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ସହିତ କପ୍ତାନ କୋହଲୀ ବ୍ୟାଟିଂ ଦାୟିତ୍ୱ ସମ୍ଭାଳୁଛନ୍ତି । ସେହିପରି ବୋଲିଂ ବିଭାଗରେ ମହମ୍ମଦ ସାମି, ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ଦଳ ଅଧିକ ନିର୍ଭର କରିବ ।

ସମ୍ଭାବ୍ୟ ଭାରତୀୟ ଏକାଦଶ:

୧ – ରୋହିତ ଶର୍ମା

୨ – ଶିଖର ଧାୱନ

୩ – ବିରାଟ କୋହଲୀ (ଅଧିନାୟକ)

୪ – ଶ୍ରେୟସ ଆୟାର୍

୫ – କେଦାର ଯାଦବ

୬ – ରିଷଭ ପନ୍ଥ (ୱିକେଟ ରକ୍ଷକ)

୭ – ରବୀନ୍ଦ୍ର ଜାଦେଜା

୮ – ଭୁବନେଶ୍ୱର କୁମାର

୯ – ମହମ୍ମଦ ସାମି

୧୦ – ଖଲିଲ୍ ଅହମ୍ମଦ

୧୧ – କୁଲଦୀପ ଯାଦବ

Leave A Reply

Your email address will not be published.