Latest Odisha News

ସ୍ବାଧିନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  ।

ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ୨ ତାରିଖରେ ପୋଷ୍ଟାଲ ବାଲାଟରେ ନିଜ ଭୋଟଦାନ କରିଥିଲେ ନେଗୀ । ନେଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କ ଭୋଟଦାନର ବ୍ୟବସ୍ଥା କରାଯାଇଥିଲା। ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ନେଗୀ ତାଙ୍କ ନିଜ ଜୀବନକାଳ ମଧ୍ୟରେ ୩୩ ଥର ଭୋଟଦାନ କରିଛନ୍ତି।

ନେଗୀଙ୍କ ଶେଷକୃତ ସମ୍ପନ୍ନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

 

Comments are closed.