Latest Odisha News

BREAKING NEWS

ଦ୍ୱିତୀୟ ଦିିନିକିଆରେ ଭାରତ ୨୧୧ରେ ଅଲଆଉଟ

କ୍ୱେବରାହ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୧୧ ରନରେ ଅଲଆଉଟ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୪୬.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଓପନ ସାଇ ସୂଦର୍ଶନ ୬୨ ଓ ଅଧିନାୟକ କେଏଲ ରାହୁଲ ୫୬ ରନର ଇନିଂସ ଖେଳିଥିଲେ । ରାହୁଲଙ୍କ ଏହା ୧୮ତମ ଅର୍ଦ୍ଧଶତକ । ଅପରପକ୍ଷରେ ପଦାର୍ପଣ ମ୍ୟାଚ ପରେ ସୁଦର୍ଶନଙ୍କ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟୁରେନ ହେଣ୍ଡ୍ରିକ୍ସ ଓ କେଶବ ମହାରାଜା ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଭାରତର ୫ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ୩ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା । ରିଙ୍କୁ ସିଂ ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ପଦାର୍ପଣ କରିଛନ୍ତି ।

Leave A Reply

Your email address will not be published.