Latest Odisha News

BREAKING NEWS

‘କଙ୍ଗୋ’ ରୁ ଓଡିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ ଙ୍କୁ ଉଦ୍ଧାର ପାଇଁ ସହଯୋଗର ହାତ ବଢାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ ଜଣ ଓଡିଆ ଯୁବକ ଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ପ୍ରଭାକର ଜେନାଙ୍କ ପୁଅ ଦିବାକର ଜେନା ଗତ ମେ ୨୦୨୩ରୁ ଅଧିକ ରୋଜଗାର ଆଶାରେ ଦକ୍ଷିଣ ଆଫ୍ରିକା ଯାଇ କଙ୍ଗୋ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିନ୍ତୁ ଚଳିତ ମାସ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କତ୍ତୃପକ୍ଷ ଜାଣାଇଥିଲେ ମଧ୍ୟ ମୃତ୍ୟୁର କୌଣସି ସ୍ପଷ୍ଟ କରିନଥିଲେ ।

ସେହିପରି ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ନରେଶ ଜେନା, ଦୁଃଶାସନ ମଲ୍ଲିକ, ରଞ୍ଜିତ ବାରିକ, ଯାଜପୁର ଜିଲ୍ଲା କୁସୁନିପୁର ଗ୍ରାମର ବିକାଶ କୁମାର ବାରିକ ଓ ପ୍ରଭାସ କୁମାର ମଲ୍ଲିକ ମଧ୍ୟ ଦିବାକରଙ୍କ ସହିତ କଙ୍ଗୋର ଉକ୍ତ କମ୍ପାନୀରେ କାମ କରୁଥିଲେ । ମାତ୍ର କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ନଦେଇ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଇତିମଧ୍ୟରେ ଦିବାକରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫ ଜଣଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକ ଆଶଙ୍କା କରୁଛନ୍ତି । ଉପାୟଶୂନ୍ୟ ହୋଇ ଶେଷରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ସ୍ବଦେଶ ପତ୍ୟବର୍ତ୍ତନ ନିମନ୍ତେ ଆବଶକୀୟ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.