ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ପୁଣି ଥରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଦେଶରେ ଟିକାକରଣ ସଂଖ୍ୟା ୮୬ କୋଟି ଅତିକ୍ରମ କରିଛି ଏବଂ ସୋମବାର ଦିନ ୧ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ଭାରତ ପଞ୍ଚମ ଥର ପାଇଁ ୧ କୋଟି ଟିକାକରଣ କରି ରେକର୍ଡ ହାସଲ କରିଛି। “ଦେଶରେ ଦୈନିକ କୋଭିଡ୍-୧୯ ଟିକାକରଣ ଅଗଷ୍ଟ ୨୭ରେ ପ୍ରଥମ ଥର ପାଇଁ ୧ କୋଟି ଅତିକ୍ରମ କରିଥିଲା।
Comments are closed.