Latest Odisha News

BREAKING NEWS

କାଲି ଶେଷ ଟି-୨୦: ୪ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବ ଟିମ୍ ଇଣ୍ଡିଆ ?

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ  ଟି-୨୦ । ଦୁଇଟି ମ୍ୟାଚ୍ ଜିତିଥିବାରୁ ଶେଷ ଟି-୨୦ ଜିତି ସିରିଜ୍ କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ଏପରି ହେଲେ ୪ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବ ଟିମ୍ ଇଣ୍ଡିଆ । ୨୦୧୬ରେ ଭାରତ, ଅଷ୍ଟ୍ରେଲିଆକୁ କ୍ଲିନ୍ ସ୍ବିପ୍ କରିଥିଲା ।

ଦ୍ବିତୀୟ ଟି-୨୦କୁ ୬ ୱିକେଟରେ ଜିତିଥିଲା ଭାରତ । ଦିନିକିଆ ସିରିଜ୍ ଭଳି ଟି-୨୦ରେ ମଧ୍ୟ ଦମ୍ ଦେଖାଇଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା । ବୁମରାହ ଓ ମହମ୍ମଦ ସାମିଙ୍କ ବିନା ପ୍ରଦର୍ଶନ ଯୋଗୁ ଦଳର ମନୋବଳ ବୃଦ୍ଧି ପାଇଛି । ପ୍ରଥମ ଟି-୨୦ରେ ଜାଡେଜାଙ୍କ କନକସନ୍ ବିକଳ୍ପ ଭାବେ ଖେଳି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିବା ଚହଲ ଦ୍ବିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ । ଶେଷ ଟି-୨୦ରେ ଦଳ ଭଲ ପ୍ରଦର୍ଶନ କରି ସିରିଜ୍ କବଜା କରିବାକୁ ଚେଷ୍ଟା କରିବ ।

ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଛି ଅଷ୍ଟ୍ରେଲିଆ ଟିମ୍ । ଆରୋନ୍ ଫିଞ୍ଚ, ଡେଭିଡ୍ ୱାର୍ଣ୍ଣର, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ ଓ ଜୋଶ ହେଜେଲଉଡଙ୍କ ଅନୁପସ୍ଥିତି ଦଳରେ ଅନୁଭୂତ ହେଉଛି । ଏପରି ସ୍ଥିତିରେ ଘରୋଇ ଦଳ କିପରି ଶେଷ ମ୍ୟାଚ୍ ଜିତି ସମ୍ମାନ ବଜାର ରଖିବ, ସେଥିପାଇଁ ଚେଷ୍ଟା କରିବ ।

Leave A Reply

Your email address will not be published.