Latest Odisha News

BREAKING NEWS

ଶତାଧିକ ବାଂଲାଦେଶୀ ଠେଙ୍ଗାବାଡି ଧରି ଆକ୍ରମଣ କଲେ, ଅସ୍ତ୍ର ଲୁଟିନେଲ ; ୨ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶ ନାଗରିକ-ବିଏସଏଫ ଯବାନ ମୁହାଁମୁହିଁ ହୋଇଛନ୍ତି । ୧୦୦ରୁ ଅଧିକ ବଂଲାଦେଶୀ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ବାଂଲା ନାଗରିକଙ୍କ ଆକ୍ରମଣରେ ୨ ଯବାନ ଗୁରୁତର ହୋଇଛନ୍ତି ।

ବିଏସଏଫ ଯବାନମାନେ ଚାଷୀଙ୍କ ସୁରକ୍ଷା ପାଇଁ ଡ୍ୟୁଟି କରୁଥିଲେ । ହଠାତ ବାଂଲା ଦେଶୀ ନାଗରିକ ପଶି ଆସିଥିଲେ । ଯବାନଙ୍କୁ ମାଡ ମାରିବା ସହ ଅସ୍ତ୍ର ଲୁଟି ନେଇଗଲେ । ଏହି ଖବର ପାଇବା ପରେ ବିଏସଏଫ ତୁରନ୍ତ ମାମଲାକୁ ବର୍ଡର ଗାର୍ଡସ ବାଂଲାଦେଶ (ବିଜିବି)ଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ସେମାନେ ବୈଠକ ଡାକିଥିଲେ ।

ଜଣେ ଯବାନଙ୍କ କହିବା ଅନୁଯାୟୀ, ଘଟଣା ବଙ୍ଗାଲ ଫ୍ରଣ୍ଟିୟରର ବେରହାମପୁର ସେକ୍ଟର ଅନ୍ତର୍ଗତ ୩୫ ବାଟାଲିୟନ ଇଲାକାରେ ହୋଇଥିଲା । ଭାରତୀୟ ଚାଷୀଙ୍କ କହିବା ଅନୁଯାୟୀ, ବାଂଲାଦେଶୀ ଚାଷୀ ନିଜ ଗୃହପାଳିତ ପଶୁଙ୍କୁ ଚରାଇବା ପାଇଁ ଭାରତୀୟ ସୀମା ଭିତରକୁ ପଶି ଆସନ୍ତି । ଅନେକ ସମୟରେ ସେମାନେ ଜାଣିଶୁଣି ହଇରାଣ କରନ୍ତି । ଭାରତୀୟ ଚାଷୀଙ୍କ ସୁରକ୍ଷା ପାଇଁ ବିଏସଏଫ ଯବାନ ଏଠାରେ ଅସ୍ଥାୟୀ ଭାବେ ନିଜର ଏକ କ୍ୟାମ୍ପ କରି ରହିଛନ୍ତି ।

ରବିବାର ବିଏସଏଫ ଯବାନମାନେ ଡ୍ୟୁଟି କରୁଥିଲେ । ସେମାନେ ବାଂଲା ଚାଷୀଙ୍କୁ ଭାରତ ସୀମାକୁ ପଶିବାବେଳେ ବିରୋଧ କରିଥିଲେ । ଦେଖୁ ଦେଖୁ ୧୦୦ରୁ ଅଧିକ ବଂଲାଦେଶୀ ଏକାଠି ହୋଇ ଭାରତୀୟ ସୀମା ଭିତରକୁ ପଶି ଆସି ଲାଠି, ଦଣ୍ଡ ଧରି ମାରଧର କରିଥିଲେ । ଏଥିରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଦୁର୍ବୃତ୍ତମାନେ ଯବାନଙ୍କ ଅସ୍ତ୍ର ଧରି ପଳାଇ ଯାଇଥିଲେ ।

ସାଥୀ ଯବାନମାନେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଏସଏଫ ଅଧିକାରୀମାନେ ତୁରନ୍ତ ଏ ନେଇ  ବିଜିବି ଅଧିକାରୀଙ୍କୁ ଜଣାଇଥିଲେ । ଏକ ଫ୍ଲାଗ ମିଟିଂ ଡକାଇଥିଲେ ।

Leave A Reply

Your email address will not be published.