Latest Odisha News

BREAKING NEWS

ଫ୍ଲପ୍ ହେଲା ସେଲ୍‌ଫି, ନିଜକୁ ଦୋଷୀ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ୍ ହୋଇଥିଲା ଫିଲ୍ମ ‘ସେଲଫି’ ଫ୍ଲପ୍ ହୋଇଛି । ରିଲିଜ୍ ର ପ୍ରଥମ ଦିନରେ ମାତ୍ର ୩ କୋଟି ଟଙ୍କା ବ୍ୟବସାୟ କରିପାରିଥିଲା ଏହି ଫିଲ୍ମ । କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହେଲା । ଏଥିପାଇଁ ସଂପୂର୍ଣ୍ଣ ଭାବେ ନିଜକୁ ଦୋଷୀ କରିଛନ୍ତି ଅକ୍ଷୟ । ସେ କହିଛନ୍ତି , ଏଥିଲାଗି ଦର୍ଶକଙ୍କୁ ଦାୟୀ କରାଯିବା ଉଚିତ୍ ନୁହେଁ ।

ଅକ୍ଷୟ କହିଛନ୍ତି ଯେ, ଫିଲ୍ମ ଫ୍ଲପ୍ ହେବା ମୋ ପାଇଁ ପ୍ରଥମ ଘଟଣା ନୁହେଁ । କ୍ୟାରିୟର ଆରମ୍ଭରେଏପରି ସମାନ ସମସ୍ୟାର ସେ ସମ୍ମୁଖୀନ ହୋଇଥିଲେ । ସେତେବେଳେ ତାଙ୍କର ୧୬ ଟି ଫିଲ୍ମ କ୍ରମାଗତ ଭାବରେ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏକ ସମୟ ଥିଲା ଯେତେବେଳେ କ୍ରମାଗତ ଆଠଟି ଫିଲ୍ମ ଦର୍ଶକ ଗ୍ରହଣୀୟତା ହରାଇଲା । ଅକ୍ଷୟ ସ୍ପଷ୍ଟ କରିଛନ୍ତି ଯେ, ଫିଲ୍ମ ଫ୍ଲପ୍ ନିଜର ଦୋଷ ଯୋଗୁଁ ହୋଇଥାଏ । ଦର୍ଶକ ବଦଳିଛନ୍ତି, ସେହି ଅନୁସାରେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସେଥିଲାଗି ସେ ଚେଷ୍ଟା ଜାରି ରଖିଥିବା କହିଛନ୍ତି ।
ଫିଲ୍ମ ‘ସେଲ୍‌ଫି’ ଗତ ୨୪ ତାରିଖରେ ରିଲିଜ୍ ହୋଇଥିଲା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜ ମେହେଟ୍ଟା, ଯାହା ମାଲାୟାଲମ୍ ଚଳଚ୍ଚିତ୍ର ‘ଡ୍ରାଇଭିଂ ଲାଇସେନ୍ସ’ର ହିନ୍ଦୀ ରିମେକ୍ । ଏଥିରେ ଅକ୍ଷୟ କୁମାର ଜଣେ ଅଭିନେତା ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଷ୍ଟଣ୍ଟ କରିବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ କରନ୍ତି । ସେ ଜଣେ ଆରଟିଓ ଅଧିକାରୀଙ୍କୁ ଭେଟନ୍ତି ଯିଏ ତାଙ୍କର ବଡ ପ୍ରଶଂସକ ହୁଅନ୍ତି ।

Leave A Reply

Your email address will not be published.