Latest Odisha News

BREAKING NEWS

ମହାପ୍ରଭୁଙ୍କୁ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା

ପୁରୀ : ଶ୍ରୀକ୍ଷେତ୍ରରେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା । ମହାପ୍ରଭୁଙ୍କ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା । ଗତକାଲି କ୍ୟାପଟେନ ଦିବ୍ୟଶଙ୍କର ପୁରୀ ପିପିଲିର ଏକ ରିସୋର୍ଟରେ ବିବାହ କରିଥିଲେ l ଆଜି ନବଦମ୍ପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ।

BjdElectrycity

ନବଦମ୍ପତି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆର୍ଶିବାଦ ଲାଭ କରିଛନ୍ତି l ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ନବଦମ୍ପତି ପହଞ୍ଚିବା ପରେ ସେବାୟତ ମାନେ ତାଙ୍କୁ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ l ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ  । ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିଲେ l ପଖାପାଖି ଏକ ଘଣ୍ଟା ଶ୍ରୀମନ୍ଦିର ମଧ୍ୟରେ ବିତାଇ ଥିଲେ ନଵଦମ୍ପତ୍ତି।  ବିବାହ ପରେ ମହାପ୍ରଭୁଙ୍କ ଆର୍ଶିବାଦ ନେବାକୁ ଆସିଥିବା କହିଛନ୍ତି ବିଧାୟକ ଦିବ୍ୟଶଙ୍କର l

Leave A Reply

Your email address will not be published.