Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

ମାଂଉଟ ମନନୁଗେଇ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ ୧୦୭ ରନରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ସ୍ନେହା ରାଣା ୫୩ ଓ ପୂଜା ବସ୍ତ୍ରକାର ୬୭ ରନର ଚମତ୍କାର ଇନିଂସ ଖେଳିଥିଲେ । ସ୍ମୃତି ମାନ୍ଧନା ମଧ୍ୟ ଦ୍ରୁତ ୫୨ ରନର ଯୋଗଦାନ ଦେଇଥିଲେ । ଜବାବରେ ପାକିସ୍ତାନ ୪୩ ଓଭରରେ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ ସର୍ବାଧିକ ୪ଟି ଏବଂ ଝୁଲଣ ଗୋସ୍ୱାମୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ମହିଳା ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଏହା କ୍ରମାଗତ ୪ର୍ଥ ବିଜୟ । ଏହି ବିଜୟ ଭାରତର ମନୋବଳ ବଢ଼ାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି ।

Comments are closed.