Latest Odisha News

BREAKING NEWS

ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ

ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଥିଲା   । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ।ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢା କୁ ସାମାନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା । ଦେଖଣାହାରୀଙ୍କ କରତାଳିରେ ମୁଖରିତ ମ୍ୟାଚ ମଇଦାନ । ଡୁମ୍ବାଳ ସମ୍ପ୍ରଦାୟର ମହାଖଳା ଯାତ୍ରାରେ ପ୍ରତିବର୍ଷ ମେଣ୍ଢା ଲଢେଇ କାର୍ଯ୍ୟକ୍ରମ ହେଉଥିବା ବେଳେ ବିଶେଷ କରି ଏହି ସମ୍ପ୍ରଦାୟର ଲୋକେ ମେଣ୍ଢା ପୋଷିଥାନ୍ତି  ।

ଆଉ ବର୍ଷକୁ ଥରେ ମହାଖଳା ଯାତ୍ରାରେ ମେଣ୍ଢା ଲଢେଇ ହୋଇଥାଏ । ନକ ଆଉଟ ଭିତ୍ତିରେ ଏହି ପ୍ରତିଯୋଗୀତା ହେଉଥିବା ବେଳେ ଖିଲିପୁଆ ରୁ ଆରମ୍ଭ କରି ଉଦନ୍ତିଆ  ଯାଏଁ ସମାନ ମେଣ୍ଢାକୁ ନେଇ ଏହି ମ୍ୟାଚ ହୋଇଥାଏ । ମ୍ୟାଚର ମୁଖ୍ୟ ଆକର୍ଷଣ ହୋଇଥାଏ ଖିଲିପୁଆ ମେଣ୍ଢା ମାଡ ।ବିଭିନ୍ନ ଯାନିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଣ୍ଢା ମ୍ୟାଚ ଆଜିର ନୁହେଁ । ଆୟୋଜକ ମାନେ ଯାତ୍ରାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ନିରୀହ ପଶୁପକ୍ଷୀଙ୍କୁ ନେଇ ମାଡ କରିବା ଯେ ଆଇନକୁ ଉଲଙ୍ଘନ କରୁଛି ଏକଥା ଖୁବ୍ କମ ଲୋକଙ୍କୁ ଜଣା । ତେବେ ଏଭଳି ପ୍ରଥାକୁ ବନ୍ଦ କରିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ।

 

Leave A Reply

Your email address will not be published.