Latest Odisha News

BREAKING NEWS

କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାସହିତ, ଶୁକ୍ରବାର ଦିନ ଭାରତ ବିଶ୍ୱର ତୃତୀୟ ଦେଶ ହୋଇପାରିଛି ଯେଉଁଥିରେ ଆମେରିକା ଏବଂ ବ୍ରାଜିଲ ପରେ କୋଭିଡ-୧୯ କାରଣରୁ ମୋଟ ୪ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ ଦେଶରେ ୪,୦୦,୩୧୨ଟି ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା  ବେଳେ ଆମେରିକାରେ ମୃତ୍ୟୁ ମାମଲା ରହିଛି ୬.୦୫ ଲକ୍ଷ ଏବଂ ବ୍ରାଜିଲରେ ୫.୨ ରହିଛି।

ଏହି ସମୟରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୪୬,୬୧୭ ନୂତନ କରୋନା ମାମଲା ରିପୋର୍ଟ ହୋଇଛି।ଏହାସହ ମୋଟ ୫୯,୮୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.