Latest Odisha News

BREAKING NEWS

ଆବଶ୍ୟକ ସ୍ଥଳେ ଶ୍ରୀଲଙ୍କାକୁ ଆକାଶପଥରେ ସାହାଯ୍ୟ ଯୋଗାଇବ ଭାରତ

ର୍ପୂବରୁ ଶ୍ରୀଲଙ୍କା ସରକାର ଆବଶ୍ୟକସ୍ଥଳେ ଏଭଳି ସାହାଯ୍ୟ ଲୋଡ଼ିଛନ୍ତି

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ରନ୍ଧନ ଗ୍ୟାସ୍‌, ତୈଳ ଇନ୍ଧନ ଆଉ ଏବେ ଖାଦ୍ୟ ସଙ୍କଟ । ଉଦାର ପଡ଼ୋଶୀ ହିସାବରେ ଭାରତ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଚାଲିଛି । ଏଭଳି ଘଡ଼ିସନ୍ଧି ବେଳାରେ ଭାରତ ଆଶ୍ୱସ୍ତ କଲା ଭଳି ଖବର ଦେଇଛି ।

ପରିସ୍ଥିତି ଅଣାୟତ ହେବାରୁ ଭାରତ ସହାୟତାର ବେଗ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛି । ଆବଶ୍ୟକ ସ୍ଥଳେ ଏବଂ ଅନୁରୋଧ ମିଳିଲେ ଭାରତ ଶ୍ରୀଲଙ୍କାକୁ ଆକାଶପଥରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ବର୍ତ୍ତମାନ ଜଳପଥରେ ତୈଳ ଇନ୍ଧନ ଓ ରନ୍ଧନ ଗ୍ୟାସ୍ ନିରବଚ୍ଛିନ୍ନ ଯୋଗାଣ ହେଉଛି । ଶୁକ୍ରବାର, ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଗୋପାଲ ବାଗଲେ ଏକ ଜାତୀୟ ଗଣମାଧ୍ୟମକୁ ଏହା ସୂଚନା ଦେଇଛନ୍ତି ।

ର୍ପୂବରୁ ଶ୍ରୀଲଙ୍କା ସରକାର ଆବଶ୍ୟକ ସ୍ଥଳେ ଏଭଳି ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ ପକ୍ଷରୁ ଆକାଶପଥରେ ତ୍ୱରିତ ସାହାଯ୍ୟ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ, ଶ୍ରୀଲଙ୍କା ସହ ୫୦୦ ମିଲିୟନ ଡଲାର ତୈଳ ଇନ୍ଧନ ଏଲଓସି(ଲାଇନ ଅଫ୍ କ୍ରେଡିଟ୍‌) ଓ ଫୁଡ୍ ଏଲଓସିର ଚୁକ୍ତି ହୋଇଛି । ଯାହା ଖୁବ୍ ଶୀଘ୍ର ପହଞ୍ଚାଇ ଦିଆଯିବ ।

ସମୁଦାୟ ୧ ଲକ୍ଷ ୫୦ ହଜାର ଟନ୍ ର ବିମାନ ଇନ୍ଧନ, ପେଟ୍ରୋଲ ଓ ଡିଜେଲ୍ ରପ୍ତାନୀ ଯୋଜନା ଅଛି ବୋଲି ହାଇ କମିଶନ କହିଛନ୍ତି । ଶ୍ରୀଲଙ୍କାର ଏକ ପବ୍ଲିକ ସେକ୍ଟର କମ୍ପାନୀ ୧୦୦ ମିଲିୟନ ଡଲାରର ଅତ୍ୟାବଶ୍ୟକ ସାମଗ୍ର ତାଲିକା ପ୍ରସ୍ତୁତ କରିଛି । କେବଳ ଅର୍ଡର ମିଳିଗଲେ ଯଥାଶୀଘ୍ର ରପ୍ତାନୀ ଆରମ୍ଭ ହୋଇଯିବ ବୋଲି ବାଗଲେ କହିଛନ୍ତି ।

Leave A Reply

Your email address will not be published.