Latest Odisha News

BREAKING NEWS

୪୧ ବର୍ଷରେ ପାଦ ଦେଲେ କମେଡି କିଙ୍ଗ୍ କପିଲ ଶର୍ମା

ଅପ୍ରେଲ୍ ୨, ୧୯୮୧ରେ ଜନ୍ମିତ କପିଲ ଶର୍ମା ପ୍ରଥମେ ୨୦୦୭ରେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଂଜ ଜରିଆରେ ମନୋରଂଜନ ଦୁନିଆରେ ପାଦ ଦେଇଥିଲେ

ମୁମ୍ବାଇ: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଭୁବନେଶ୍ୱର ଆସିଥିବା ଏହି ହାସ୍ୟ ଅଭିନେତା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରିଛନ୍ତି ।

ଅପ୍ରେଲ୍ ୨, ୧୯୮୧ରେ ଜନ୍ମିତ କପିଲ ଶର୍ମା ପ୍ରଥମେ ୨୦୦୭ରେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଂଜ ଜରିଆରେ ମନୋରଂଜନ ଦୁନିଆରେ ପାଦ ଦେଇଥିଲେ । ପରେପରେ ନିଜ ନାଁରେ ଏକ ସୋ’ ଜରିଆରେ ସେ ଦର୍ଶକଙ୍କୁ ଯୋଗାଇଥିଲେ ମନୋରଂଜନର ଭରପୁର ଖୋରାକ । ଛୋଟ ପରଦା ଛଡା କିସ୍ କିସ୍‌କୋ ପ୍ୟାର କରୁଁ ଓ ଫିରଙ୍ଗୀ ଭଳି ଫିଲ୍ମ ଜରିଆରେ ସେ ବଲିଉଡରେ ମଧ୍ୟ ଡେବ୍ୟୁ କରିଥିଲେ ।

୪୧ ବର୍ଷୀୟ କପିଲ ଅମ୍ରିତସର୍ ସ୍ଥିତ ଶ୍ରୀ ରାମ ଆଶ୍ରମ ସିନିଅର ସେକେଣ୍ଡାରୀ ସ୍କୁଲ ଓ ହିନ୍ଦୁ କଲେଜରେ ଅଧ୍ୟୟନ କରିଥିଲେ । ଏକ ଅଭାବି ପରିବାରରୁ ଆସିଥିବା ଏହି ଅଭିନେତା ନିଜ ବିଚକ୍ଷଣ ପ୍ରତିଭା ବଳରେ ସାରା ବିଶ୍ୱରେ ନିଜ ନାଁକୁ ପରିଚିତ କରାଇପାରିଛନ୍ତି । ତାଙ୍କ ୪୧ ତମ ଜନ୍ମଦିନ ଅବସରରେ ଓଡିଶା ସମ୍ବାଦ ଟିମ୍ ତରଫରୁ ଅନେକଅନେକ ଶୁଭକାମନା ।

Leave A Reply

Your email address will not be published.