Latest Odisha News

BREAKING NEWS

୫ ବର୍ଷ ପରେ ଆଜିଠୁ ଆରମ୍ଭ ହେଲା ଭାରତ-ଚୀନ୍ ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେଲା ସିଧା ବିମାନ ସେବା । ୫ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ କରିବ ।

ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ୩ ଥର ସିଧା ସଳଖ ଫ୍ଲାଇଟ୍ ଚାଲିବ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା । ବିମାନର ନାମ A330-200 ଏୟାରକ୍ରାପ୍ଟ । ଇଣ୍ଡିଗୋ- କୋଲକାତାରୁ ଗୁଆଙ୍ଗଝୋଉ ମଧ୍ୟରେ ଚାଲିବ । ଦିଲ୍ଲୀ- ଗୁଆଙ୍ଗଝୋଉ ନଭେମ୍ବର ୧୦ରୁ ଆରମ୍ଭ ହେବ ।

ଏହି ନିଷ୍ପତ୍ତି ଦୁଇଦେଶର ସିଭିଲ ଭିଏସନ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ହୋଇଛି । ସେବା ପୁଣି ଥରେ ଆରମ୍ଭ ହେବାରୁ ଭାରତ-ଚୀନ ଲୋଙ୍କ ମଧ୍ୟରେ ସମ୍ପର୍କ ଏବଂ ଆର୍ଥିକ-ବାଣିଜ୍ୟିକ ସହଯୋଗକୁ ନୂଆ ଗତି ମିଳିବ ।

ସୂଚନାଯୋଗ୍ୟ, କୋଭିଡ୍-୧୯ ମହାମାରୀ ବ୍ୟାପିବା ଯୋଗୁଁ ୨୦୨୦ ମାର୍ଚ୍ଚରେ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ ଉକ୍ତ ବର୍ଷ ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଯୋଗୁଁ ସିଧାସଳଖ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇନଥିଲା ।

ଭାରତୀୟ ଏବଂ ଚୀନ୍ ନାଗରିକମାନେ ଥାଇଲ୍ୟାଣ୍ଡ, ସିଙ୍ଗାପୁର କିମ୍ବା ମାଲେସିଆ ଭଳି ଅନ୍ୟ ଦେଶ ଦେଇ ଯାତ୍ରା କରୁଥଲେ । ଏହା ଯାତ୍ରା ସମୟ ଏବଂ ଖର୍ଚ୍ଚ ଉଭୟ ବୃଦ୍ଧି କରିଛି ।

ଗତ ବର୍ଷଗୁଡ଼ିକରେ, ବିଶେଷକରି 2025 ଆରମ୍ଭରୁ, ଭାରତ ଏବଂ ଚୀନ୍ ସେମାନଙ୍କର ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଆମେରିକାର ଶୁଳ୍କ ଯୁଦ୍ଧ ମଧ୍ୟ ଭାରତ-ଚୀନ୍ ଘନିଷ୍ଠ ସମ୍ପର୍କରେ ଅବଦାନ ରଖିଛି ।

ବିମାନ ଟିକେଟ୍ ବୁକିଂ ୱେବସାଇଟ୍ ଗୋଇବିବୋ ଅନୁଯାୟୀ, ଦିଲ୍ଲୀ-ବେଜିଂ ରୁଟ୍ (ଓ୍ବାନ-ଓ୍ବେ) ପାଇଁ ସର୍ବନିମ୍ନ ଭଡ଼ା ବର୍ତ୍ତମାନ 20 ହଜାର । ଏହା ଏକ ରାଉଣ୍ଡ-ଟ୍ରିପ୍ ପାଇଁ 35 ହଜାରକୁ ବୃଦ୍ଧି ପାଇଛି । ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବା ସହିତ ଏହା 15% ରୁ 20% ହ୍ରାସ ପାଇପାରେ ।

Comments are closed.