Latest Odisha News

BREAKING NEWS

ସଫଳ ହେଲା ଆଲୋଚନା, ସୀମାରୁ ସେନା ହଟାଇବେ ଭାରତ-ଚୀନ୍‌

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ସୋମବାର ଭାରତ-ଚୀନ ଉଚ୍ଚସ୍ତରୀୟ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସଫଳ ହୋଇଛି । ଲଦାଖରେ ସୀମା ସ୍ଥିତି ନେଇ ଭାରତ-ଚୀନ୍ ସେନାସ୍ତରୀୟ କଥାବାର୍ତ୍ତା ସଫଳ ପରେ ସୀମାରୁ ସୈନ୍ୟ ହଟାଇବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ଏହି ଆଲୋଚନା ଶାନ୍ତିପୂର୍ଣ୍ଣ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି।

ଭାରତୀୟ ସେନା ମଙ୍ଗଳବାର କହିଛନ୍ତି, ଭାରତ-ଚୀନ ମଧ୍ୟରେ ସୋମବାର ସୌହାର୍ଦ୍ଦ୍ୟପୂର୍ଣ୍ଣ, ସକରାତ୍ମକ ଓ ରଚନାତ୍ମକ ମାହୋଲରେ କୋପର୍ସ କମାଣ୍ଡରସ୍ତରୀୟ ଆଲୋଚନା ସଂପନ୍ନ ହୋଇଛି। ଦୁଇ ଦେଶର ସେନା ପଛକୁ  ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏହି ବୈଠକ ନେତୃତ୍ୱ ନେଇଥିଲେ। ପୂର୍ବ ଲଦାଖର ମୋଲଡୋରେ ସୋମବାର ସକାଳ ସାଢ଼େ ୧୧ଟାରୁ ଏହି ବୈଠକ ହୋଇଥିଲା। ୧୨ ଘଣ୍ଟାର ଆଲୋଚନା ପରେ ଦୁଇ ଦେଶର ସେନା ଗଳଓ୍ୱାନ ଘାଟିର ବିବାଦୀୟ ସ୍ଥାନରୁ ପଛକୁ ହଟିବା ପାଇଁ ରାଜି ହୋଇଥିଲେ।

ଜୁନ୍‌ ୧୫ ରାତିରେ ଗଲଓ୍ୱାନ ଘାଟିରେ ଚୀନ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲା ବେଳେ ଚୀନ ସେନାର ୪୩ ଜଣ ଯବାନ ନିହତ ହୋଇଥିଲେ। ଏହି ଘଟଣା ପରେ ସୀମାରେ ଉତ୍ତେଜନା ବଢ଼ି ଯାଇଥିଲା।

Leave A Reply

Your email address will not be published.