Latest Odisha News

BREAKING NEWS

ଆରଜେଡିକୁ ଶକ୍ତ ଧକ୍କା : ୫ ବିଧାନସଭା ପରିଷଦ ଜେଡିୟୁରେ ମିଶିଲେ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି । ଲାଲୁ ଯାଦବଙ୍କ ଦଳର ୫ ବିଧାନସଭା ପରିଷଦ ସଦସ୍ୟ ଦଳ ଛାଡି ପ୍ରତିଦ୍ୱନ୍ଦ୍ୱୀ ଜେଡୁୟୁରେ ସାମିଲ ହୋଇଛନ୍ତି । ଆଗକୁ ଏମଏଲସି ଭୋଟିଂ ପୂର୍ବରୁ ଏମାନଙ୍କ ଦଳ ଛାଡିବା ଆରଜେଡିକୁ ଅସୁବିଧାରେ ପକାଇଛି । ଉପ ସଭାପତି ରଘୁବଂଶ ପ୍ରସାଦ ସିଂ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି ।

ଅନ୍ୟମାନେ ହେଲେ ସଞ୍ଜୟ ପ୍ରସାଦ, ଏମଡି କମର ଆଲାମ, ରାଧାଚରଣ ସେଠୀ, ଦିଲିପ ରାୟ ଓ ରଣବିଜୟ ସିଂ । ଆରଜେଡିରେ ବଂଶବାଦ ରାଜନୀତି ଓ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ସେମାନେ ଗ୍ରହଣ ନ କରିପାରି ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.