Latest Odisha News

ହ୍ୱିଲଚେୟାର ଅସୀଳାଚନା ବିଶ୍ୱକପ : ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଓଡିଶାର ରାଖାଲ

ଭୁବନେଶ୍ୱର: ଇଟାଲୀର ପିସାରେ ହ୍ୱିଲଚେୟାର ଅସୀଚାଳନା ବିଶ୍ୱକପ ଆୟୋଜିତ ହେବ । ଏଥିରେ ଭାରତର ୧୧ଜଣିଆ ଟିମ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଓଡିଶାର ରାଖାଲ ସେଟ୍ଟୀ, ଭି ରମେଶ ରାଓ ଓ ମହିଳା ବିଭାଗରେ ପ୍ରଥମ ଥର ପାଇଁ ପୂଜାସ୍ୱିନୀ ନାୟକ ସ୍ଥାନ ପାଇଛନ୍ତି । ରାଖାଲ ଏହି ମେଗା ଇଂଭେଟରେ ଭଲ ପ୍ରଦର୍ଶନ କରିବା ନେଇ ଦୃଢ଼ ଆଶାୟୀ ଅଛନ୍ତି । ୨ଟି ଯାକ ଗୋଡ ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ ରାଖାଲ ଅନ୍ୟ ସାଧାରଣ ବ୍ୟକ୍ତିଙ୍କଠାରୁ ନିଜକୁ କେବେ ଅଲଗା ଭାବି ନାହାନ୍ତି । ଜନ୍ମସ୍ଥାନ ଭଦ୍ରକରୁ ଆସି ଭୁବନେଶ୍ୱରରେ ଚା ଦୋକାନ କରି ସେ ପେଟ ପୋଷୁଥିଲେ ।

ତେବେ କ୍ରୀଡା ପ୍ରତି ତାଙ୍କର ଆଗ୍ରହ କମି ନ ଥିଲା । ଓଡିଶାରେ ଏକ ଜାତୀୟ ପ୍ରତିଯୋଗିତା ଦେଖିବା ପରେ ସେ ଅସୀଚାଳନା ପ୍ରତି ଆକୃଷ୍ଟ ହୋଇଥିଲେ । ବର୍ଷେ ପରେ ସେ ଚେନ୍ନାଇ ଜାତୀୟ ଇଭେଂଟରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତିଥିଲେ । ଆଉ ପଛକୁ ଫେରି ଚାହିଁ ନ ଥିବା ରାଖାଲ ଇତି ମଧ୍ୟରେ ୬ ବିଶ୍ୱକପ, ୨ ବିଶ୍ୱ ଚାମ୍ପିୟନଶିପ, ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପରେ ଭାଗ ନେଇ ୩୬ରୁ ଅଧିକ ପଦକ ଜିତିଛନ୍ତି ।

Leave A Reply

Your email address will not be published.