Latest Odisha News

BREAKING NEWS

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଓ ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଲିଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ସୀମାରୁ ପଛଘୁଞ୍ଚା ଦେଇଥିଲା ଡ୍ରାଗନ୍ ସେନା । ଏହାର ସପ୍ତାହେ ପରେ ଓ୍ୱାର୍କିଂ ମେକାନିଜିମ୍ ଫର୍ କଲସଲଟେସନ୍ ଆଣ୍ଡି କୋଅର୍ଡିନେସନ୍ ବା WMCC ବୈଠକ ବସୁଛି ।

ଅଜିତ ଡୋଭାଲ- ଓ୍ୱାଙ୍ଗ ୟି

ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କିତ ଆଲୋଚନା ପାଇଁ ୨୦୧୨ରେ ଗଠନ ହୋଇଥିଲା WMCC । ଯାହାର ମୁଖ୍ୟ ଅଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନ୍ ବୈଦେଶିକ ମନ୍ତ୍ରାଳୟର ଡାଇରେକ୍ଟର ଜେନେରାଲ୍ ଉ. ଜିଆଙ୍ଗହାଓ । ଏହି ଦୁଇ ଜଣ ଆଜି ଆଲୋଚନା କରିବେ ।

Leave A Reply

Your email address will not be published.