ନୂଆଦିଲ୍ଲୀ:ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ସିରିଜ ପରାଜୟବରଣ କରିଛି । ବିସିସିଆଇ ଏହି ପରାଜୟ ନେଇ ଅସନ୍ତୋଷ ରହିଛି । ରିପୋର୍ଟ ମୁତାବକ କୋଚ ଗୌତମ ଗମ୍ଭୀରଙ୍କ ଟିମ ଏବେ ଚାପରେ ରହିଛି । ବିସିସିଆଇ ସପୋର୍ଟ ଷ୍ଟାଫ ବଦଳାଇବା ପାଇଁ ଚାହୁଁଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ସିରିଜରେ ଭାରତୀୟ ଖେଳାଳି ୧୦ରୁ ଊର୍ଦ୍ଧ୍ୱ କୋଚ ଛାଡିଥିଲେ । ଫିଲ୍ଡିଂ କୋଚ ଟି ଦିଲୀପଙ୍କୁ ହଟାଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ବର୍ଷ ତାଙ୍କୁ ଅଭିଷେକ ନାୟାରଙ୍କ ସହ ବାହାର କରାଯାଇଥିଲେ ମଧ୍ୟ ପରେ ପୂନର୍ବାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସହକାରୀ କୋଚ ର୍ୟାନ ଟେନ ଡୋଶ୍ଚେଟ ଟିମ ସହିତ ବାରମ୍ବାର ଯାତ୍ରା ନେଇ ଅସନ୍ତୁଷ୍ଟ ଅଛନ୍ତି । ସେ ବିସିସିଆଇଙ୍କୁ ତାଙ୍କ ଅସୁବିଧା ସମ୍ପର୍କରେ କହି ସାରିଛନ୍ତି ।
ଅନ୍ୟ ଏକ ରିପୋର୍ଟରେ ସେ ଆଇପିଏଲ ଟିମ ସହିତ ଜଡିତ ହୋଇପାରନ୍ତି । ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ମଧ୍ୟ ଓହରି ପାରନ୍ତି । ଯଦି ଏହା ହୁଏ ତେବେ ଲକ୍ଷ୍ମୀପତି ବାଲାଜୀ ଶ୍ରୀଲଙ୍କା ଗସ୍ତରେ ଭାରତର ବୋଲିଂ କୋଚ ହୋଇପାରନ୍ତି । ଗମ୍ଭୀର ଦାବୀ କରି ଡୋଶ୍ଚେଟ ଓ ମୋର୍କେଲଙ୍କୁ ଭାରତୀୟ ଟିମ ସହିତ ଜଡିତ କରାଇଥିଲେ । ଗମ୍ଭୀରଙ୍କ କାର୍ଯର୍୍ୟକାଳରେ ଭାରତ ୨ଟି ଆଇସିସି ଟ୍ରଫି ଜିତିଛି । ଦିନିକିଆ ଓ ଟି୨୦ରେ ଦଳର ପ୍ରଦର୍ଶନ ଭଲ ଥିବା ବେଳେ ଟେଷ୍ଟରେ ନୈରାଶ୍ୟଜନକ ରହିଛି ।