Latest Odisha News

BREAKING NEWS

ଭିଏତନାମରେ ସ୍ପିଡ୍‌ବୋଟ୍ ଦୁର୍ଘଟଣା, କ୍ୟାପ୍‌ଟେନ୍‌ଙ୍କୁ ଗିରଫ କଲା ପୋଲିସ

ହାନୋଇ: ଭିଏତନାମର ପ୍ରସିଦ୍ଧ ଫୁ କ୍ୱିକ୍ ଦ୍ୱୀପ ନିକଟରେ ଶନିବାର ଏକ ଦୁର୍ଘଟଣାରେ ଭିଏତନାମ ଏବଂ ଭାରତକୁ ସ୍ତବ୍ଧ କରିଦେଇଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍‌ବୋଟ୍ ସମୁଦ୍ରରେ ଓଲଟି ପଡ଼ିଥିଲା ଯେଉଁଥିରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।

ଏହି ମାମଲାରେ ଭିଏତନାମ ପୋଲିସ ରବିବାର ସ୍ପିଡ୍‌ବୋଟର ୫୭ ବର୍ଷୀୟ କ୍ୟାପ୍‌ଟେନ୍‌ଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ କ୍ୟାପ୍‌ଟେନ୍‌ ସାମୁଦ୍ରିକ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିଲେ ଯାହା ଫଳରେ ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ସମୁଦ୍ର ଉଚ୍ଚ ଜୁଆର ଉଠୁଥିଲା। ସ୍ପିଡ୍‌ବୋଟ୍‌ ଜୁଆରର ଶକ୍ତି ଯୋଗୁଁ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲା ଏବଂ ଓଲଟି ପଡ଼ିଥିଲା।

ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହକୁ ହୋ ଚି ମିନ୍ ସିଟିକୁ ପଠାଯାଇଛି ଓ ସେଗୁଡ଼ିକୁ ଭାରତକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ରବିବାର ହାନୋଇସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଥିଲା।

Comments are closed.