Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା । ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଆସନ୍ତା ୧୮ ତାରିଖରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ସେ ଏବେ ବି ଆଇସୋଲେସନରେ ଅଛନ୍ତି । କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିଲେ ସେ କ୍ୟାମ୍ପରେ ସାମିଲ ହେବେ ।

କରୋନା ସଂକ୍ରମିତ ଚିହ୍ନଟ ଖେଳାଳିଙ୍କ ନାଁକୁ ଗୁପ୍ତ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଖେଳାଳିଙ୍କୁ ଥଣ୍ଡା ହେବା ସହ ସାମାନ୍ୟ କାଶ ହୋଇଥିଲା । ସାମାନ୍ୟ ଲକ୍ଷଣ ଦେଖା ଦେବାପରେ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ବର୍ତ୍ତମାନ ସମସ୍ତ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି । ଆସନ୍ତା ୨୦ ତାରିଖରୁ ପ୍ରାକ୍ଟିସ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ତିନି ଦିନ ଚାଲିବ ।

ଏଥିପାଇଁ ଆଜି ଟିମ୍ ଇଣ୍ଡିଆର ଖେଳାଳି ଡରହାମ୍ ଯିବେ । ପଜିଟିଭ୍ ଚିହ୍ନଟ ଖେଳାଳି ସେଠାକୁ ଯିବେ ନାହିଁ । ଖେଳାଳିମାନେ ଓ୍ୱିମ୍ବଲଡନ୍ ଓ ୟୁରୋ କପ୍ ଦେଖିବାକୁ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିସିସିଆଇ ପକ୍ଷରୁ ଖେଳାଳିଙ୍କୁ ୟୁରୋ କପ୍ କିମ୍ବା ଓ୍ୱିମ୍ବିଲଡନ୍ ଦେଖିବାକୁ ଯିବା ପାଇଁ ବାରଣ କରାଯାଇଥିଲା । କାରଣ ବ୍ରିଟେନରେ ଏବେ ଡେଲଟା ଭାରିଏଣ୍ଟର ପ୍ରକୋପ ଜାରି ରହିଛି ।

Leave A Reply

Your email address will not be published.