Latest Odisha News

BREAKING NEWS

ଓଡ଼ିଶାର ୩ ଜିଲ୍ଲାରୁ ହଟି ନପାରେ ଆଂଶିକ ଲକଡାଉନ୍ ! ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ଆଜି ନୂଆ ଗାଇଡଲାଇନ୍ ଆସିବ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି ସରକାର । ଅଧିକ ସଂକ୍ରମିତ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍ ।
କାଟାଗୋରୀ-Aକୁ ଆସିବେ ଆଉ କିଛି ଜିଲ୍ଲା
୫ ପ୍ରତିଶତରୁ କମ୍ ପଜିଟିଭ୍ ହାର ଥିବା ଜିଲ୍ଲାକୁ ସରକାର କାଟାଗୋରୀ-Aରେ ରଖୁଛନ୍ତି । ଏହି ମାନଦଣ୍ଡ ଆଧାରରେ ଦେଖିଲେ ଏଥର କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା କାଟାଗୋରୀ-Aକୁ ଆସିପାରନ୍ତି । ଏସବୁ ଜିଲ୍ଲାର ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି । ଆଜିର କରୋନା ଗ୍ରାଫ ଅନୁସାରେ, ୫ ପ୍ରତିଶତ ଉପରେ କଟକ, ପୁରୀ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ରହିଛି ।
ଆଂଶିକ ଲକଡାଉନରେ ରହିବ ଖୋର୍ଦ୍ଧା-କଟକ !
ଖୋର୍ଦ୍ଧାରେ ପଜିଟିଭ୍ ହାର ବହୁତ କମ୍ ଥିଲେ ବି ଏଠାରେ ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍ । କାରଣ ଜିଲ୍ଲାରୁ ଦୈନିକ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୫୭୫୩ ଆକ୍ଟିଭ କେସ୍ ରହିଛି । ସେହିପରି କଟକରେ ୩୧୯୧ ଆକ୍ଟିଭ କେସ୍ ଥିବା ବେଳେ ପଜିଟିଭ୍ ହାର ୫.୫ ପ୍ରତିଶତ ରହିଛି । କଟକ ଜିଲ୍ଲାରେ ବି ଦୈନିକ ସଂକ୍ରମତଙ୍କ ସଂଖ୍ୟା ବଢୁଛି ।
ପୁରୀରେ ବଳବତ୍ତର ରହିପାରେ କଟକଣା
ପୁରୀରେ ସର୍ବାଧିକ ୭ ପ୍ରତିଶତ ରହିଛି ସଂକ୍ରମଣ ହାର । ଆଗକୁ ପୁରୀରେ ବାହୁଡ଼ା, ସୁନାବେଶ ଓ ନିଳାଦ୍ରୀ ବିଜେ ଥିବାରୁ ଆଂଶିକ ଲକଡାଉନ୍ ଖୋଲି ନପାରେ । ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ପଜିଟିଭିଟି ୟେଲୋ ଜୋନରେ ଥିବାରୁ ଏଦି ଦୁଇ ଜିଲ୍ଲା ଉପରେ କଣ ନିଷ୍ପତ୍ତି ଆସୁଛି ତାକୁ ଅପେକ୍ଷା ।
କଣ ଖୋଲିବ, କଣ ବନ୍ଦ ?
କାଟାଗୋରୀ-A ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟସୀମା ବଢ଼ାଇ ପାରନ୍ତି ସରକାର । କାଟାଗୋରୀ-B ଜିଲ୍ଲାରେ ବି ମାର୍କେଟ ଖୋଲିବା ସମୟ ବୃଦ୍ଧି ହୋଇପାରେ । କଟକ, ଖୋର୍ଦ୍ଧା ଓ ପୁରୀକୁ ଛାଡ଼ି ଉପକୂଳର ଅନ୍ୟ ଜିଲ୍ଲାରୁ ଉଠିପାରେ ସପ୍ତାହାନ୍ତ ସଟଡାଉନ୍ । ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖିପାରନ୍ତି ସରକାର ।

ସ୍ପା, ବିୟୁଟି ପାର୍ଲର, ଜିମ୍, ଯୋଗ ସେଣ୍ଟର ଖୋଲିବ କି ନାହିଁ ତାଉପରେ ନଜର ରହିଛି । ସେହିପରି ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ସରକାର ଅନୁମତି ଦେବେ କି ନାହିଁ ତାକୁ ଅପେକ୍ଷା । ବିବାହ, ଅନ୍ତ୍ୟେଷ୍ଟି ଓ ବ୍ରତ ଘରରେ ଲୋକଙ୍କ ସାମିଲ ଉପରେ କୋହଳ ହେଉଛି କି ନାହିଁ ଅପେକ୍ଷା ରହିଛି ।

ମଲ୍, ସିନେମା ହଲ୍, ସୁଇମିଂ ପୁଲ୍ ଆଦି ଖୋଲିବ ନାହିଁ । ସ୍କୁଲ, କଲେଜ ଓ କୋଚିଂ ସେଣ୍ଚର ବନ୍ଦ ରହିପାରେ । ସର୍ବସାଧାରଣ ଦର୍ଶନ ପାଇଁ ଏବେ ଖୋଲିନପାରେ ଧାର୍ମିକ ଅନୁଷ୍ଠାନ । ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ ସମାବେଶକୁ ଅନୁମତି ମିଳିବ ନାହିଁ । ହୋଟେଲ୍, ରେଷ୍ଟୁରାଣ୍ଟରୁ ପାର୍ସଲ ଜାରି ରହିବ । ବସିକି ଖାଇବାକୁ ଅନୁମତି ମିଳି ନପାରେ ।

Leave A Reply

Your email address will not be published.