Latest Odisha News

BREAKING NEWS

ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କର ହେବ ବନକଲାଗି ନୀତି

ପୁରୀ: ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହାକୁ ଶ୍ରୀମୁଖ ସିଂହାର ନୀତି ବୋଲି ବି କୁହାଯାଏ ।

ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କର ଏହି ନୀତି ସମ୍ପାଦନ କରିବେ । ହେରା ପଞ୍ଚମୀ ପୂର୍ବଦିନ ଆଡ଼ପ ବିଜେ କରିଥିବା ଶ୍ରୀଜିଉମାନଙ୍କପ ବନକଲାଗି ନୀତି ହୋଇଥାଏ । ପ୍ରାୟ ୬ ଘଣ୍ଟା ଧରି ଏହି ନୀତି ଲାଗିବ । ହେରାପଞ୍ଚମୀରେ ମହାଲକ୍ଷ୍ଣୀ ରଥ ଭାଙ୍ଗିବା ପରମ୍ପରା ରହିଛି । ତାପରଦିନ ଶରଧାବାଲିରେ ତିନି ରଥର ଦକ୍ଷିଣ ମୋଡ଼ ହେବ । ଏଥିସହ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି ।

Leave A Reply

Your email address will not be published.