Latest Odisha News

ଦେଶରେ ଲକ୍ଷେ ତଳକୁ ଖସିଲା କରୋନା କେସ, ଗତକାଲି ଅପେକ୍ଷା ୨୨% କମ୍

ନୂଆଦିଲ୍ଲୀ: ଦେଶରେ କମୁଛ କାରୋନା କାୟା। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି। ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି। ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୩ ହଜାର ୮୭୬ ଆକ୍ରାନ୍ତ। ଗତକାଲି ଅପେକ୍ଷା ୨୨% ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେରଳରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୬ହଜାର ୭୨୯ ନୂଆ ଆକ୍ରାନ୍ତ। ମହାରାଷ୍ଟ୍ରରୁ ୯୬୬୬, କର୍ଣ୍ଣାଟକରୁ ୮୪୨୫, ତାମିଲନାଡୁରୁ ୬୧୨୦, ମଧ୍ୟପ୍ରଦେଶରୁ ବାହାରିଛନ୍ତି ଆଉ ୫୧୭୧ ଆକ୍ରାନ୍ତ। ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୭.୨୫% ।

ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ହଜାରେ ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୮୯୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୫ଲକ୍ଷ ୨ ହଜାର ୮୭୪କୁ ବୃଦ୍ଧି ହୋଇଛି। ଏବେ ରାଜ୍ୟରେ ୧୧ଲକ୍ଷ ୮ହଜାର ୯୩୮ କୋଭିଡ୍ ଆ କେସ ରହିଛି।

 

Comments are closed, but trackbacks and pingbacks are open.