Latest Odisha News

BREAKING NEWS

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି।

ଭାରତର ଅଧିନାୟକ ହରମନପ୍ରୀତ ସିଂହ ପ୍ରଥମେ ୧୯’ଗୋଲ କରିଥିଲେ । ପରେ ବିପକ୍ଷ ନେଦରଲ୍ୟାଣ୍ଡ ଦଳର ଥିଜସ୍ ଭାନ୍ ଡାମ୍ (୨୯’, ୫୮’)ରେ ନେଦରଲ୍ୟାଣ୍ଡ ପାଇଁ ଦୁଇଟି ଗୋଲ୍ କରି ଭାରତକୁ ପରାସ୍ତ କରିଥିଲେ ।

ଭାରତ ଦଳ ୯ ଜୁନରେ ପୁଣି ଥରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ନେଦରଲ୍ୟାଣ୍ଡ ୧୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ ୧୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ଅନ୍ୟପଟେ ଭାରତୀୟ ପୁରୁଷ ହକି ଦଳର ଉପ-ଅଧିନାୟକ ହାର୍ଦ୍ଦିକ ସିଂହ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ FIH ପ୍ରୋ ଲିଗ୍ ୨୦୨୪-୨୫ର ୟୁରୋପୀୟ ପର୍ଯ୍ୟାୟର ଭାରତର ଉଦଘାଟନୀ ମ୍ୟାଚରେ ୧୫୦ତମ ଅନ୍ତର୍ଜାତୀୟ କ୍ୟାପ୍ ଅର୍ଜନ କରିଛନ୍ତି ହାର୍ଦ୍ଦିକ ।

 

ସୂଚନାଥାଉକି, FIH ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ Jio Hotstar ରେ ସିଧାପ୍ରସାରଣ କରାଯାଉଛି ।

Comments are closed.