ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମହିଳା ୪ ଗୁଣନ ୧୦୦ ରିଲେ ଟିମ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ଫାଇନାଲରେ ୫ମ ସ୍ଥାନରେ ରହି ସେମାନେ ଅଭିଯାନ ଶେଷ କରିଛନ୍ତି । ଓଡିଶାର ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ବ୍ୟତୀତ ରିଲେ ଟିମରେ ହିମା ଦାସ ଓ ଜ୍ୟୋତି ରେସରେ ଭାଗ ନେଇଥିଲେ । ଓଭରାଲ ୪୩.୮୧ ସେକେଣ୍ଡ ସମୟ ନେଇ ଭାରତୀୟ ଟିମ ରେସ ସମ୍ପୂର୍ଣ୍ଣ କରିଥିଲେ । ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୪୩.୫୫ ରହିଥିଲା । ଫାଇନାଲରେ ଏହାଠାରୁ ଖରାପ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ କ୍ରୀଡାପ୍ରେମୀଙ୍କ ପାଇଁ ନିରାଶର କ୍ଷଣ ଥିଲା । ଅବଶ୍ୟ ଦୂତି ପ୍ରଥମ ୧୦୦ ମିଟରରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେବେ ନାଇଜେରିଆ ଆଥଲେଟମାନେ ୪୨.୧୦ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ । ବ୍ରିଟେନ ୪୨.୪୧ ଓ ଜାମାଇକା ୪୩.୦୮ ସେକେଣ୍ଡ ସମୟ ସହ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
BREAKING NEWS
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
Comments are closed.