ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମହିଳା ୪ ଗୁଣନ ୧୦୦ ରିଲେ ଟିମ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ଫାଇନାଲରେ ୫ମ ସ୍ଥାନରେ ରହି ସେମାନେ ଅଭିଯାନ ଶେଷ କରିଛନ୍ତି । ଓଡିଶାର ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ବ୍ୟତୀତ ରିଲେ ଟିମରେ ହିମା ଦାସ ଓ ଜ୍ୟୋତି ରେସରେ ଭାଗ ନେଇଥିଲେ । ଓଭରାଲ ୪୩.୮୧ ସେକେଣ୍ଡ ସମୟ ନେଇ ଭାରତୀୟ ଟିମ ରେସ ସମ୍ପୂର୍ଣ୍ଣ କରିଥିଲେ । ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୪୩.୫୫ ରହିଥିଲା । ଫାଇନାଲରେ ଏହାଠାରୁ ଖରାପ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ କ୍ରୀଡାପ୍ରେମୀଙ୍କ ପାଇଁ ନିରାଶର କ୍ଷଣ ଥିଲା । ଅବଶ୍ୟ ଦୂତି ପ୍ରଥମ ୧୦୦ ମିଟରରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେବେ ନାଇଜେରିଆ ଆଥଲେଟମାନେ ୪୨.୧୦ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ । ବ୍ରିଟେନ ୪୨.୪୧ ଓ ଜାମାଇକା ୪୩.୦୮ ସେକେଣ୍ଡ ସମୟ ସହ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
BREAKING NEWS
- ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି: ଉତ୍ତେଜନା ପରେ ଇଣ୍ଟରନେଟ୍, ଟେଲିଫୋନ୍ ସେବା ବନ୍ଦ
- ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ଆହୁରୀ ସପ୍ତାହେ ରହିବ ପ୍ରଚଣ୍ଡ ଥଣ୍ଡା
- ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହତ୍ୟା ଧମକ; ବଢିଲା ଲୋକଭବନର ସୁରକ୍ଷା
- ଦିଲ୍ଲୀ ପରେଡ୍କୁ ଗଲେ ନବରଙ୍ଗପୁର ମହାବିଦ୍ୟାଳୟର ୬ ଛାତ୍ର
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
Comments are closed.