Latest Odisha News

BREAKING NEWS

ଜ୍ଞାନକୌଶଳର ଚମତ୍କାରିତା; ଚଟାଣରୁ ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

ରାୟଗଡ଼ା: ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି। ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଘରର ଉଚ୍ଚତା ବଢାଇଛନ୍ତି।

୨୦୧୫ ମସିହାରେ ରବି ତାଙ୍କର ୧୨୦୦ ବର୍ଗଫୁଟ ବିଶିଷ୍ଟ ବାସଗୃହ ନିର୍ମାଣ କରିଥିଲେ। ସମୟକ୍ରମେ ରାସ୍ତା ଉଚ୍ଚତା ବଢି ଘରେ ପାଣି ପଶିଥିଲା । ଫଳରେ ତାଙ୍କୁ ସମସ୍ୟା ହେବା ସହିତ ପିଇବା ପାଣି ପାଇଁ ଅଧିକ ଅସୁବିଧା ହୋଇଥିଲା। ଏହି ସମସ୍ୟାର ସମାଧାନ ବାଟ ସେ ଖୋଜିଥିଲେ।

ଏହା ପରେ ହରିୟାଣା ରାଜ୍ୟରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଘରର ଉଚ୍ଚତା ଅନେକ ଜଣ ବଢାଇଥିବା ଜାଣିବାକୁ ପାଇଥିଲେ। ସୂଚନା ମିଳିବା ପରେ ସେ ହରିୟାଣା ରାଜ୍ୟ ରୋହତାକ ସହରର ଗୋଟିଏ ଯନ୍ତ୍ରୀ ଓ ତାଙ୍କ ଟିମ ସହିତ ଯୋଗାଯୋଗ କରିଥିଲେ। ସେମାନେ ସମସ୍ୟାର ସମାଧାନ କରିବାରେ ସମର୍ଥ ବୋଲି ପ୍ରତିଶ୍ରୁତି ଦେବା ପରେ ନିର୍ମାଣ ପାଇଁ କହିଲେ।

ଏକ ଇଞ୍ଜିନିୟର ଟିମ୍ ଅମଳାଭଟା ଆସି ଆରମ୍ଭ କରିଥିଲେ କାମ। ୨୨୦ ଟି ଜକ୍ ବ୍ୟବହାର କରି ଘରର ଚାରିପଟେ ଖୋଳି ଧିରେ ଧିରେ ଉପରକୁ ଉଠାଇ ଥିଲେ। ୧ ମାସ ୩ ଦିନ ଧରି କାମ କରିବା ପରେ ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଆଉ ଏକ ସପ୍ତାହ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି।

ଆଉ ଏହି ଜ୍ଞାନକୌଶଳ ପ୍ରୟୋଗ ଯିଏ ଦେଖୁଛି ସିଏ ତାଜୁବ ହୋଇଯାଇଛି। କାରଣ ପୁନଃ ନିର୍ମାଣ ନକରି ଘରକୁ ୪ ଫୁଟ ଉଠାଇବା ସାଧାରଣ ଲୋକ ପକ୍ଷେ ଅବିଶ୍ୱସନୀୟ । ଏଭଳି ଜ୍ଞାନର କରାମତି ଦେଖିବାକୁ ରବିଙ୍କ ଘରେ ଭିଡ ଜମାଇଛନ୍ତି ଲୋକେ। ରାଜମିସ୍ତ୍ରୀ ମଧ୍ୟ ଏହାକୁ ଦେଖି ଶିଖିବାକୁ ଆଗ୍ରହ ଦେଖାଉଛନ୍ତି ।

Leave A Reply

Your email address will not be published.