Latest Odisha News

BREAKING NEWS

ଟ୍ରାକକୁ ଫେରୁଛି ଅର୍ଥନୀତି, ତଥାପି ଚିନ୍ତାଜନକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରକାଶ ପାଇଛି ଚଳିତ ବର୍ଷର ଦେଶର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର । ଜିଡିପି ଅଭିବୃଦ୍ଧି ହାର ରହିଛି ମାଇନସ୍ ୭.୫ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ରହିଥିଲା ମାଇନସ୍ ୨୩.୯ ପ୍ରତିଶତ । ଯାହାକି ଦେଶର ଅର୍ଥବ୍ୟବସ୍ଥାର ସର୍ବକାଳୀନ ଖରାପ ରେକର୍ଡ ବୋଲି କୁହାଯାଇଥିଲା ।

ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାରରେ କିଛି ମାତ୍ରାରେ ସୁଧାର ଆସିଥିଲେ ମଧ୍ୟ ଏବେ ବି ମାଇନସରେ ରହିଛି । ଗୋଟିଏ ଦେଶର ଜିଡିପି କ୍ରମାଗତ ଦୁଇଟି ତ୍ରୈମାସିକ ପାଇଁ ମାଇନସ୍ ରହିଛି । ଲଗାତର ମାଇନସ୍ ରହିଲେ, ଏହାକୁ ଦେଶର ଆର୍ଥିକ ସଙ୍କଟ ବୋଲି ବିବେଚନା କରାଯାଏ । ସରକାର ମଧ୍ୟ ଆର୍ଥିକ ସଙ୍କଟକୁ ସ୍ବୀକାର କରିଛନ୍ତି ।

ବର୍ଷ ୨୦୨୦-୨୧ ସେପ୍ଟେମ୍ବର ତ୍ରୈମାସିକ ଅନଲକ୍ ପର୍ଯ୍ୟାୟ ଦେଇ ଗତି କରୁଛି । ଅର୍ଥାତ୍ ଲକଡାଉନ୍ ପରେ ଅର୍ଥବ୍ୟବସ୍ଥାକୁ ଧୀରେ ଧୀରେ ଖୋଲାଯାଉଛି । ମାର୍ଚ୍ଚ ୨୪ରେ ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ ସରକାର । ଏହି ସମୟରେ ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଫଳରେ ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ମାଇନସ୍ ୨୩.୯ ପ୍ରତିଶତ ରହିଥିଲା । ଏବେ ଲକଡାଉନ୍ ହଟିବା ସହ ଅନଲକ୍ ସମୟରେ ଇନଭେଷ୍ଟମେଣ୍ଟ ଡିମାଣ୍ଡ ମଧ୍ୟ ବଢିଛି । ତେଣୁ ଅର୍ଥବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି ।

 

Comments are closed.