Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟରେ ଏହି ରେକର୍ଡ ପ୍ରତି ନଜର ରହିବ

ବାଙ୍ଗାଲୋର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଏଠାରେ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଆସନ୍ତୁ ଜାଣିବା ଏହି ଦିବାରାତ୍ର ଟେଷ୍ଟରେ କେଉଁ କେଉଁ ରେକର୍ଡ ପ୍ରତି ନଜର ରହିବ ।
କ୍ରମାଗତ ୧୫ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ: ଭାରତ ଏହି ମ୍ୟାଚରେ ବିଜୟ ହାସଲ କଲେ ଘରୋଇ ମାଟିରେ କ୍ରମାଗତ ୧୫ ସିରିଜ ଜିତିବ । ୨୦୧୨ ପରଠାରୁ ଭାରତ ନିଜ ମାଟିରେ ସିରିଜ ହାରିନି ।
ରୋହିତ ଖେଳିବେ ୪୦୦ ମ୍ୟାଚ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ୟାରିୟରର ୪୦୦ତମ ମ୍ୟାଚ ଖେଳିବେ । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ରାହୁଲ ଦ୍ରାବିଡ, ବିରାଟ କୋହଲି, ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେଙ୍କ ପରେ ଭାରତର ୮ମ ଖେଳାଳି ଭାବେ ସେ ଏହି ଗୌରବ ହାସଲ କରିବେ ।

ଷ୍ଟେଇନଙ୍କୁ ଅତିକ୍ରମ କରିବେ ଅଶ୍ୱିନୀ: ରବିଚନ୍ଦ୍ରନ ଅଶ୍ୱିନୀ ଏହି ମ୍ୟାଚରେ ୪ ୱିକେଟ ଅକ୍ତିଆର କରିଲେ ବିଶ୍ୱର ସର୍ବାଧିକ ୱିକେଟ ହାସଲକାରୀଙ୍କ ମଧ୍ୟରେ ୮ମ ସ୍ଥାନକୁ ଉନ୍ନୀତ ହେବେ । ଡେଲ ଷ୍ଟେଇନଙ୍କ(୪୩୯) ରେକର୍ଡ ଭାଙ୍ଗିବେ । ସେ ୪୩୬ ୱିକେଟ ନେଇଛନ୍ତି ।
୩୦୦ ୱିକେଟ କ୍ଲବରେ ବୁମରାହ: ଯଶପ୍ରୀତ ବୁମରାହ ୫ଟି ୱିକେଟ ଅକ୍ତିଆର କଲେ ୩୦୦ କ୍ଲବରେ ସାମିଲ ହେବେ । ସେ ୧୫୫ ମ୍ୟାଚରେ ୨୯୫ ୱିକେଟ ଅକ୍ତିଆର କରିଛନ୍ତି ।

Comments are closed, but trackbacks and pingbacks are open.