Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍: ଋଷ ସ୍ନାଇପର୍‌ଙ୍କୁ ଠାବ କରୁଛି ଖାର୍କିଭ ପାନ୍ଥର୍‌, କେତେ ସତ ?

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ପ୍ରତିଦିନ ପ୍ରତିକ୍ଷଣରେ କିଛିନାକିଛି ଖବର ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଥିଲାବେଳେ ଆଉ କିଛି ଗୁଜବ ଭାବେ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ସୈନ୍ୟ ସହ ଏକ ବିଲେଇର ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦାବି ହୋଇଛି ୟୁକ୍ରେନ୍‌ର ଏହି ବିଲେଇଟି କୁଆଡେ ଋଷ ସେନାର ସ୍ନାଇପର୍‌ଙ୍କୁ ଠାବ କରୁଛି ।
କେତେ ସତ ସୋସିଆଲ୍ ମିଡିଆ ଦାବି ?

ସୋସିଆଲ୍ ମିଡିଆ ପୋଷ୍ଟ ଅନୁଯାୟୀ, ୟୁକ୍ରେନ୍‌ର ସେନା ବିଲେଇଙ୍କୁ କୁଆଡେ ଲେଜର୍ ଡଟ୍ ସହାୟତାରେ ଋଷର ସ୍ନାଇପର୍‌ମାନଙ୍କୁ ଠାବ କରିବା ଲାଗି ତାଲିମ ଦେଇଛି । ଏହି ବିଲେଇର ପ୍ରକୃତ ନାମ ମିକାଇଲ୍ । ହେଲେ ତାକୁ ଦି ପାନ୍ଥର ଅଫ୍ ଖାର୍କିଭ ଭାବେ ନାମିତ କରାଯାଇଛି । ଦାବି ହୋଇଛି ଏହି ବିଲେଇ କୁଆଡେ ଏକାକି ଋଷର ୪ଟି ସ୍ନାଇପର୍‌ଙ୍କୁ ଠାବ କରିଥିଲା । ଯାହାଙ୍କୁ ପରବର୍ତ୍ତୀ ସମୟରେ ୟୁକ୍ରେନ୍‌ର ସେନା ନିହତ କରିଥିଲା ।

ଏ କଥା ସତ ଯେ ବିଭିନ୍ନ ଦେଶର ସେନା ପଶୁପକ୍ଷୀଙ୍କୁ ଯୁଦ୍ଧ ସମୟରେ ବ୍ୟବହାର କରିବା ନେଇ ଇତିହାସରେ ଅନେକ ଘଟଣା ରହିଛି । ହେଲେ ମିକାଇଲ୍ ନାମକ ଏହି ବିଲେଇକୁ ନେଇ ପ୍ରଘଟ ହୋଇଥିବା ଖବର କିନ୍ତୁ ସମ୍ପୁର୍ଣ୍ଣ ମିଛ ।

ଏହି ଫଟୋକୁ ଆର୍ ମୋନଜୋନ୍ ନାମକ ଜଣେ ଟୁଇଟର୍ ୟୁଜର୍ ଫେବ୍ରୁଆରୀ ୨୭ ତାରିଖରେ ପୋଷ୍ଟ କରିଥିଲେ । ହେଲେ ପରେପରେ ସେ ନିଜ ଟୁଇଟକୁ ଏକ ପରିହାସ ବୋଲି ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ । ହେଲେ ସୋସିଆଲ ମିଡିଆ ୟୁଜରମାନେ ଆର୍ ମୋନଜୋନଙ୍କ ପରବର୍ତ୍ତୀ ଟୁଇଟ୍ ଗୁଡିକୁ ନଦେଖି ପ୍ରଥମ ପୋଷ୍ଟକୁ ବହୁଳ ମାତ୍ରାରେ ଭାଇରାଲ୍ କରିଥିଲେ । ଫଳରେ ସାମାନ୍ୟ ଏକ ପରିହାସକୁ ଲୋକେ ଗୁରୁତର ଭାବେ ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.