Latest Odisha News

BREAKING NEWS

୪ଟି ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବ ଏମ୍‌ସିଏଲ, ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣି ମନ୍ତ୍ରୀ

ଭୁବନେଶ୍ୱର: ସମ୍ୱଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲାରେ ୫୫୦ ବେଡ୍ ସହ ଆନୁସଙ୍ଗିକ ବ୍ୟବସ୍ଥା କରିବ ଏମଏସିଏଲ୍ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏନେଇ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୭ ତାରିଖରେ ସେ ଚିଠି ଲେଖିଥିଲେ ।

୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏମସିଏଲ୍ ୫୫୦ଟି ବେଡ୍ ସହ ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁସଙ୍ଗିକ ବ୍ୟବସ୍ଥା କରିବ । କରୋନା ମହାମାରୀ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଗତ ୭ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସମ୍ୱଲପୁର ଜିଲ୍ଲାରେ ୧୫୦ଟି ଆକ୍ସିଜେନ୍ ସଂଯୁକ୍ତ ବେଡ୍, ସୁନ୍ଦରଗଡ଼ ବସୁନ୍ଧରା ଓ ଝାରସୁଗୁଡ଼ା ବ୍ରଜରାଜନଗର କୋଭିଡ୍ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯପକ୍ତ ବେଡ୍ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡ଼ା ଲଖନପୁର କୋଭିଡ୍ ହସ୍ପିଟାଲ ଓ ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲର କୋଭିଡ୍ ହସ୍ପିଟାଲରେ ୧୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଅନୁରୋଧକୁ ପ୍ରାଥମିକତା ଦେବାକୁ ଏମସିଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ପରେ ଝାରସୁଗୁଡ଼ା ଲଖନପୁର ହସ୍ପିଟାଲରେ ୨୦ଟି ଆଇସିୟୁ ସମେତ ୧୨୦ ବେଡ୍ ବ୍ୟବସ୍ଥା କରାଯାଉଛି । ଓଡ଼ିଶାରେ କୋଭିଡ୍ ପରିଚାଳନାରେ ଏଯାଏ ଏମସିଏଲ୍ ୧୪୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି ।

Leave A Reply

Your email address will not be published.