ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସୀମା ବିବାଦ ସତ୍ତ୍ୱେ ଚଳିତବର୍ଷ ଭାରତ ଚଳିତ ଜି-୨୦ ସମିଟରେ ଅଧ୍ୟକ୍ଷତା କରୁଛି । ଭାରତ ଉଭୟ ଦେଶକୁ କଡା ଚେତାବନୀ ଦେବା ସହ ଲେହ ଏବଂ ଶ୍ରୀନଗରରେ ଜି-୨୦ ଏବଂ ୱାଇ-୨୦ ବୖଠକ ଆୟୋଜିତ କରିଛି । ଏହି ବୈଠକ ୨୬ରୁ ୨୮ ଏପ୍ରିଲ ଏବଂ ୨୨ରୁ ୨୪ ମେ’ରେ ଆୟୋଜିତ ହେବ ।
ଶ୍ରୀନଗର ଏବଂ ଲେହରେ ହେବାକୁ ଥିବା ଜି-୨୦ ଏବଂ ୱାଇ-୨୦ ବୈଠକ ପାକିସ୍ତାନର କଟା ଘାରେ ଲୁଣ ମାରିବା ପରି ଲାଗିଛି । ପାକିସ୍ତାନ ଭାରତ ବିରୋଧରେ ଅଭିଯୋଗ ଆଣିବା ସହ କହିଛି, ଭାରତ ଏକ ମହତ୍ୱପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ ବଡିର ସଦସ୍ୟତା ଫାଇଦା ଉଠାଉଛି । ଏକଥା ବି ଅନୁମାନ କରାଯାଉଛି ଯେ ଚୀନ ମଧ୍ୟ ଏହି ବୈଠକକୁ ବୟକଟ କରିପାରେ । ଏହା ପୂର୍ବରୁ ଚୀନ ମାର୍ଚ୍ଚ ୨୬ରେ ଇଟାନଗରରେ ହୋଇଥିବା ଜି-୨୦ ଦେଶ ପ୍ରତିନିଧିଙ୍କ ବୈଠକରେ ଭାଗ ନେଇ ନ ଥିଲା ।
ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଶିଖର ସମ୍ମିଳନୀରେ ପ୍ରାୟ ୮୦ ଦେଶର ପ୍ରତିନିଧି ଭାଗ ନେବେ । ତେବେ କେତେ ଦେଶ ଏବଂ କେଉଁ କେଉଁ ଦେଶ ଏହି ବୈଠକରେ ସାମିଲ ହେବେ ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ ।
ଅନ୍ୟପକ୍ଷେ ଶ୍ରୀନଗର ଏବଂ ଲେହରେ ଆୟୋଜିତ ହେବାକୁ ଥିବା ଜି-୨୦ ଏବଂ ୱାଇ-୨୦ ବୈଠକକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରି କହିଛି, ଜମ୍ମୁ କଶ୍ମୀର ବିବାଦ ପାଖାପାଖି ୪୭ ଦଶନ୍ଧି ଧରି ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡାରେ ରହିଛି । ଏପରି ଆୟୋଜନରେ ଜମ୍ମୁ-କଶ୍ମୀରର ସଦସ୍ୟ ଲୁଚି ପାରିବ ନାହିଁ । ସେହିପରି ପାକ ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି, ଲେହ ଏବଂ ଶ୍ରୀନଗରରରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକ ସମସ୍ୟା ସୃଷ୍ଟି କରପାରେ ।
Comments are closed.