Latest Odisha News

BREAKING NEWS

ଏଏଫସି ୧୭ ବର୍ଷରୁ କମ ଏସିଆ କପ: ଗ୍ରୁପ ଡି’ରେ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ୧୫ ଜୁନରୁ ଥାଇଲାଣ୍ଡରେ ଏଏଫସି ୧୭ ବର୍ଷରୁ କମ ଏସିଆ କପ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହାର ସେମିଫାଇନାଲରେ ପ୍ରବେଶ କରିଥିବା ଟିମ ଆସନ୍ତା ବର୍ଷ ପେରୁରେ ହେବାକୁ ଥିବା ୧୭ ବର୍ଷରୁ କମ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ଭାରତୀୟ ଟିମର ଭଲ ପ୍ରଦର୍ଶନ ନେଇ କୋଚ ବିବିୟାନା ଫର୍ଣ୍ଣାଣ୍ଡିଜ ଆଶୟୀ ଅଛନ୍ତି । ଗ୍ରୁପ ଡିରେ ଭାରତ ସହ ଶକ୍ତିଶାଳୀ ଜାପାନ, ଭିଏତନାମ, ଉଜବେକିସ୍ତାନ ସ୍ଥାନ ପାଇଛନ୍ତି । କୋଚଙ୍କ ମତରେ ଉଜବେକିସ୍ତାନ ଓ ଭିଏତନାମ ବିପକ୍ଷରେ ଆମ ପ୍ରଦର୍ଶନ ସନ୍ତୋଷଜନକ ରହିଛି ।

ଜାପାନର ଏସିଆର ଶ୍ରେଷ୍ଠ ଟିମ ହୋଇଥିବାରୁ ଏହା ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ଆମ ଖେଳାଳିମାନେ ନିଶ୍ଚିତ ଭାବେ ଚାହିଁବେ । ବର୍ତମାନ ଦଳରେ ଅନେକ ଦକ୍ଷତା ସମ୍ପନ୍ନ ଖେଳାଳି ଅଛନ୍ତି । ଆମେ ପ୍ରଥମେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.