Latest Odisha News

BREAKING NEWS

ମହିଳା ଫୁଟବଲ ଲିଗ: ଗ୍ରୁପ ଏରେ ସ୍ପୋର୍ଟ୍ସ ଓଡିଶା

ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ ଶୁକ୍ରବାର ମହିଳା ଫୁଟବଲ ଲିଗ ନିମନ୍ତେ ୧୬ଟିମର ନାମ ଘୋଷଣା କରିଛନ୍ତି । ସମସ୍ତ ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ସ୍ପୋର୍ଟ୍ସ ଓଡିଶା ଗ୍ରୁପ ଏରେ ସ୍ଥାନ ପାଇଛି । ସେହିପରି ଓଡିଶା ଏଫସି ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଲିଗ ଏପ୍ରିଲ ୨୫ରୁ ଆରମ୍ଭ ହେବ । ପ୍ରଥମ ୮ଟି ସ୍ଥାନରେ ରହିଥିବା ଟିମ ଆସନ୍ତା ବର୍ଷ ହେବାକୁ ଥିବା ଲିଗ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଏହି ଲିଗ ମାଧ୍ୟମରେ ଭବିଷ୍ୟକ ଭଲ ଖେଳାଳି ଚୟନ କରାଯାଇପାରିବ ବୋଲି ଏଆଇଏଫଏଫର ଜେନେରାଲ ସେକ୍ରେଟାରୀ ଶଜୀ ପ୍ରଭାକରନ କହିଛନ୍ତି ।

ଗ୍ରୁପ ଏ: ଗୋକୁଳମ କେରଳା ଏଫସି, ମାତା ରୁକ୍ମଣୀ ଏଫସି, ହୋପ୍ସ ଏଫସି, ମିସାକା ୟୁନାଇଟେଡ ଏଫସି, କହାନୀ ଏଫସି, ଇଷ୍ଟ ବେଙ୍ଗଲ ଏଫସି, ସ୍ପୋର୍ଟ୍ସ ଓଡିଶା, ମୁମ୍ବାଇ ନାଇଟ୍ସ ଏଫସି ।
ଗ୍ରୁପ ବି: ସେତୁ ଏଫସି, କିକ ଷ୍ଟାର୍ଟସ ଏଫସି, ସେଲ୍ଟିକ କ୍ୱିନ୍ସ ଏଫସି, ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନ, ସିଆରପିଏଫ ଏଫସି, ଚର୍ଚ୍ଚିଲ ବ୍ରଦର୍ସ ଏଫସି, ଲଡ ରନ ଏଫଏ କୋଚ୍ଚି, ଓଡିଶା ଏଫସି ।

Leave A Reply

Your email address will not be published.